ଫରହାନ୍ ଅଖତରଙ୍କ ଗାର୍ଡ଼ ମଧ୍ୟ କରୋନା ସଂକ୍ରମିତ : ପରିବାରର ସମସ୍ତ ସଦସ୍ୟ କ୍ବାରେଣ୍ଟାଇନରେ

Published By : Prameya-News7 Bureau | July 16, 2020 IST

ମୁମ୍ବାଇ ୧୬/୭: ଅଭିନେତ୍ରୀ ରେଖାଙ୍କ ବଙ୍ଗଳାର ଗାର୍ଡ଼ କରୋନା ସଂକ୍ରମିତ ଜଣା ପଡ଼ିବା ପରେ ଏବେ ଶୁଣିବାକୁ ମିଳୁଛି ଯେ ତାଙ୍କ ପଡ଼ିଶାରେ ରହୁଥିବା ଅଭିନେତା ଫରହାନ୍ ଅଖତରଙ୍କ ବଙ୍ଗଳାର ଗାର୍ଡ଼ ମଧ୍ୟ କରୋନା ସଂକ୍ରମିତ ଥିବା ଜଣା ପଡ଼ିଛି। ଯାହା ପରେ ତାଙ୍କୁ ବି କ୍ବାରେଣ୍ଟାଇନ୍ ସେଣ୍ଟର ପଠାଇ ଦିଆଯାଇଛି। ଫରହାନ୍ ସମେତ ଘରର ଅନ୍ୟ ସଦସ୍ୟଙ୍କ ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି।

ଫରହାନଙ୍କ ବଙ୍ଗଳା ବାନ୍ଦ୍ରାର ବ୍ୟାଣ୍ଡଷ୍ଟାଣ୍ଡ ଅଞ୍ଚଳରେ ରେଖାଙ୍କ ଘରକୁ ଲାଗିଛି। ଗାର୍ଡ଼ ସଂକ୍ରମିତ ବାହାରିବା ପରେ ଫରହାନଙ୍କ ବଙ୍ଗଳାକୁ ମଧ୍ୟ ବିଏମସି କଣ୍ଟେନମେଣ୍ଟ ଘୋନ୍ ଘୋଷିତ କରି ସେଠାକାର ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଇ ଦେଇଛି।

ଏହି ବଙ୍ଗଳାରେ ଫରହାନ ନିଜ ଭଉଣୀ ଜୋୟା ଏବଂ ମା ହନି ଇରାନୀଙ୍କ ସହ ରୁହନ୍ତି। ଫରହାନ ଏବଂ ଘରର ଅନ୍ୟ ସଦସ୍ୟଙ୍କ କୋଭିଡ-୧୯ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ତାଙ୍କ ଘର ବାହାରେ କଣ୍ଟେନମେଣ୍ଟ ଜୋନର ବ୍ୟାନର ଏବେ ବି ଲାଗିଛି।

ଏହା ପୂର୍ବରୁ ସୂଚନା ମିଳିଥିଲା ଯେ ଗାର୍ଡ଼ ସଂକ୍ରମିତ ମିଳିବା ପରେ ରେଖା କରୋନା ଟେଷ୍ଟ କରିବାକୁ ମନା କରି ନିଜକୁ ଘରେ କ୍ବାରେଣ୍ଟାଇନ୍ କରି ନେଇଥିଲେ। ବିଏମସି ଟିମ୍ ଯେତେବେଳେ ତାଙ୍କ ବଙ୍ଗଳାର କବାଟ ବାଡ଼େଇଥିଲେ ସେତେବେଳେ କେହି କବାଟ ଖୋଲିନଥିଲେ। ଭିତରୁ ରେଖାଙ୍କ ମ୍ୟାନେଜର ଫରଜାନା ତାଙ୍କ ନମ୍ବର ଦେଇ ପରେ କଥା କହିବାକୁ କହି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.