ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧିହେବେ ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର…

Published By : Prameya-News7 Bureau | January 13, 2020 IST

ମୁମ୍ବାଇ୧୩|୧: ବଲିଉଡ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଦୀର୍ଘଦିନ ହେଲା ରିଲେସନଶିପରେ ଅଛନ୍ତି। ପାଖାପାଖି ୨ ବର୍ଷ ଉଭୟ ପରସ୍ପରଙ୍କୁ ଡେଟ୍‌ କରିବା ପରେ ଏବେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

{"id":210444,"width":559,"height":372,"sizeSlug":"large"}

ଏହି କାରଣ ଯୋଗୁଁ ଉଭୟ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି। ଫରହାନ ଓ ଶିବାନୀଙ୍କୁ ସବୁ ପାର୍ଟି ଓ ଇଭେଣ୍ଟରେ ମଧ୍ୟ ଏକା ସହ ଦେଖିବାକୁ ମିଳେ।

{"id":210445,"sizeSlug":"large"}

ରିପୋର୍ଟ ଅନୁସାରେ ୨୦୨୦ ମସିହାରେ ଫରହାନ ଓ ଶିବାନୀ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଦର୍ଶକ ମଧ୍ୟ ଏହି ଯୋଡିକୁ ଖୁବ ପସନ୍ଦ କରୁଛନ୍ତି। ଫରହାନ ଆଜିକାଲି ନିଜ ଅପକମିଂ ଫିଲ୍ମ ତୁଫାନ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରାକେଶ ଓମପ୍ରକାଶ ମେହେରା।

{"id":210446,"sizeSlug":"large"}

ଫରହାନ ୬ ବର୍ଷ ପରେ ମେହେରାଙ୍କ ସହ କାମ କରୁଛନ୍ତି। ଶେଷ ଥର ଫରହାନ ଫିଲ୍ମ ଭାଗ ମିଲଖା ଭାଗରେ ରାକେଶଙ୍କ ସହ କାମ କରିଥିଲେ।ଶେଷ ଥର ପାଇଁ ଫରହାନଙ୍କୁ ଫିଲ୍ମ ସ୍କାଏ ଇଜ୍‌ ପିଙ୍କରେ ଦେଖାଯାଇଥିଲା।

{"id":210448,"sizeSlug":"large"}

ଏହି ଫିଲ୍ମରେ ଫରହାନଙ୍କ ବିପକ୍ଷରେ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଅଭିନୟ କରିଛନ୍ତି ।ଫରହାନ ଅଖତଙ୍କର ଦ୍ବିତୀୟ ପତ୍ନୀ ହେବେ ଶିବାନୀ । ଫରହାନ ପ୍ରଥମେ ଜଣେ ହେୟାର ଷ୍ଟାଇଲିଷ୍ଟ ଅଧୁନା ଭବାନୀଙ୍କୁ ବିବାହ କରିଥିଲେ।

{"id":210447,"sizeSlug":"large"}

ଉଭୟଙ୍କ ବିବାହ ୨୦୦୦ମସିହାରେ ହୋଇଥିଲା। ବିବାହର ପାଖାପାଖି ୧୬ ବର୍ଷ ପରେ ସେମାନେ ଅଲଗା ହୋଇଥିଲେ। ୨୦୧୬ ମସିହାରେ ଫରହାନଙ୍କ ପ୍ରଥମ ବିବାହ ବିଚ୍ଛେଦ ହୋଇଥିଲା।

{"id":210450,"width":586,"height":329,"sizeSlug":"large"}

ଏବେ ଶିବାନୀଙ୍କ ସହ ନିଜ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଫରହାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.