ସ୍ୱାସ୍ଥ୍ୟକର୍ମୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Published By : Prameya-News7 Bureau | March 01, 2021 IST

ନୂଆଦିଲ୍ଲୀ,୦୧/୦୩:  ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲରେ ଦାୟିତ୍ଵ ନିର୍ବାହ ପରେ ଅବସର ସମୟରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏହି ବିଦାୟକାଳୀନ ସଭାରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

ଅବସର ନେଇଥିବା ସ୍ୱାସ୍ଥ୍ୟ କର୍ମୀ ହେଲେ ସତ୍ୟଭାମା ଜେନା । ସତ୍ୟଭାମା ଜେନା , ୧୯୯୧ ମସିହା ରୁ ୨୦୨୧ ପର୍ଯ୍ୟନ୍ତ ସ୍ଵାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ଥିଲେ । ଆସିଷ୍ଟାଣ୍ଟ ମେଟ୍ରନ ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସେ କାର୍ଯ୍ୟ କରୁଥିଲେ । ସେ ବ୍ରହ୍ମପୁର , ବାଲେଶ୍ୱର , ଭଦ୍ରକ  ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟକରିଛନ୍ତି ।

କୋଭିଡ ସମୟରେ ସ୍ୱାସ୍ଥ୍ୟ ସେବା ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟ କରିଥିଲେ ସତ୍ୟଭାମା। ଏହି ବିଦାୟକାଳୀନ ସଭାରେ ଏଡିଏମଓ  ମୁରଲୀଧର ପାଢ଼ୀ , ଡକ୍ତର ସୁବାଷ ବିଶ୍ୱାଳ , ଡକ୍ଟର ସଂଗୀତା ବଳ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନା ସଭାରେ ସମସ୍ତ କର୍ମଚାରୀ ଭାବବିହ୍ଵଳ ହୋଇଯାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.