ଫର୍ଣ୍ଣେସ୍ ବ୍ଲାଷ୍ଟରେ ଜଣଙ୍କ ମୃତ୍ୟୁ, ୪ ଗୁରୁତର
7/07/2020 at 3:43 PM

ଝାରସୁଗୁଡା୭/୭: ଏସ୍ଏମ୍ଏସ୍ର ବ୍ଲାଷ୍ଟ୍ ଫର୍ଣ୍ଣେସ୍ ବ୍ଲାଷ୍ଟ ଘଟଣାରେ ମଙ୍ଗଳବାର ଗୁରୁତର ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ହେଲେ ଆନନ୍ଦ ଚନ୍ଦ୍ର ସାହୁ। ଗତ ୨ ତାରିଖ ଦିନ ହୋଇଥିବା ଏହି ଘଟଣାରେ ୭ ଜଣ ଶ୍ରମିକ ଆହତ ହୋଇଥିଲେ। ଆହତ ସମସ୍ତଙ୍କୁ ପ୍ରଥମେ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଝାରସୁଗୁଡ଼ାରେ ବର୍ଣ୍ଣ ୟୁନିଟ ନଥିବା ରୁ ସମସ୍ତଙ୍କୁ ରାଉରକେଲା IGH କୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ଆନନ୍ଦ ସାହୁଙ୍କୁ ରାଉରକେଲାରୁ ଭୁବନେଶ୍ବର ସମ୍ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ଆଜି ସକାଳୁ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟପଟେ ରାଉରକେଲାରେ ୪ ଜଣ ଶ୍ରମିକ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021