ବିଭିନ୍ନ ଦାବି ନେଇ ଚାଷୀଙ୍କ ରାସ୍ତାରୋକ, ଅଟକ ରହିଛି ଗାଡି
16/12/2019 at 12:00 PM

ମାଲକାନଗିରି ୧୬।୧୨: ବିଭିନ୍ନ ଦାବି ନେଇ ଚାଷୀଙ୍କ ରାସ୍ତାରୋକ । ମାଲକାନଗିରି ଜିଲ୍ଲା ବାଲିମେଳା କରୁକୋଣ୍ଡା ନିକଟରେ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଉଭୟପଟୁ ଯାତାୟତ ଠପ୍ ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ବାଲିମେଳା କରୁକୋଣ୍ଡା ନିକଟରେ ଠାରେ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି । ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକେନ୍ ନ ମିଳିବା ଓ ଚାଷୀ ଙ୍କୁ ମିଳୁଥିବା ଧାନ ବିକ୍ରି ଟାର୍ଗେଟ କମିବା ସହ ଜଳ କର ପୈଠ କରିବା ପରେ ମଧ୍ୟ ଜମିକୁ ଜଳ ଯୋଗାଇ ନ ଦେବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

କରୁକୋଣ୍ଡା ଲ୍ୟାମ୍ପ ଅନ୍ତର୍ଗତ ୮୮୬ ଜଣ ଚାଷୀଙ୍କୁ ଟୋକେନ୍ ନ ମିଳିବାରୁ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି । ଏସବୁ ସମସ୍ୟା ର ସମାଧାନ ନ ହେବାରୁ ଚାଷୀ ସୋମବାର ସକାଳୁ କରୁକୋଣ୍ଡା ନିକଟରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ବରେ ଅନେକ ଗାଡି ଅଟକି ରହିଛି । ଯାହାଫଳରେ କି ଯାତାୟାତ ଠପ୍ ରହିଛି ।