ଆସୁଛି ମୌସୁମୀ ; ମଣ୍ଡିରେ ପଡିଛି ଧାନ : ଟେଷ୍ଟ ବାହାନାରେ କଟା ଯାଉଛି ଧାନ, କ୍ଷତି ସହୁଛି ଚାଷୀ

Published By : Prameya-News7 Bureau | June 07, 2020 IST

ବରଗଡ ୦୭।୦୬: ଆଉ ମାତ୍ର  ଅଳ୍ପ କେଇଦିନରେ ମୌସୁମୀ ଓଡିଶାକୁ ଛୁଇଁବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।  କିନ୍ତୁ ରବି ଧାନ ସଂଗ୍ରହ ଧିମେଇ ଥିବାରୁ ମଣ୍ଡିରେ ପଡି ଅଦିନିଆ ବର୍ଷାରେ ଭିଜି ଗଜା ମାରୁଛି ଚାଷୀର ଧାନ । ବେପାରୀମାନେ ଧାନ ଖଳାରୁ ସିଧା ମିଲକୁ ଯାଉଛି । ପ୍ରକୃତ ଚାଷୀ ଧାନ ମଣ୍ଡିରେ ପହଁଚିଲା ପରେ ମଷ୍ଚର ଓ ଖାଲି ବସ୍ତା ଓଜନ ପରି ନାନା  ବାହାନା ଦେଖାଉଛନ୍ତି  ମିଲ ମାଲିକ ।,ନିୟନ୍ତ୍ରିତ ବଜାରରେ ଥିବା ଅଧିକାରୀ ,ଧାନ କ୍ରୟସଂସ୍ଥା ପେକ୍ସ ଓ ଯୋଗାଣ ବିଭାଗ ମିଳିତ ଭାବେ ଭାଗ ମାପ କରି ଶୋଷଣ କରୁଥିବାର ଅଭୋଯୋଗ ହେଉଛି ।

{"id":282369,"sizeSlug":"large"}

 ମୌସୁମୀକୁ ନେଇ ଚିନ୍ତାରେ ଚାଷୀ । ଧାନ ବିଲ ,ଖଳା ଆଉ ମଣ୍ଡିରେ ପଡିଛି ହଜାର ହଜାର ବସ୍ତା ଧାନ । ମଣ୍ଡି ବ୍ୟବସ୍ଥା ଠିକ ନଥିବାରୁ ବର୍ଷା ପାଣିରେ ଭିଜୁଛି ଚାଷୀର ଧାନ । ବରଗଡ଼ ଜିଲ୍ଲା ରେ ଗତ ୮ ତାରିଖରୁ ଆରମ୍ଭ ହୋଇଛି ରବି ଧାନ ସଂଗ୍ରହ ପ୍ରକ୍ରିୟା । ବରଗଡ଼ , ପଦ୍ମପୁର ଓ ଅତବିରାରେ ମୋଟ ୧୩୭ ଟି ସ୍ଥାୟୀ ଓ ଅସ୍ଥାୟୀ  ମଣ୍ଡି ଏବଂ ୧୩ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । କିଛିଦିନ ହେବ ଅଦିନିଆ ବର୍ଷା ଲାଗି ରହିଥିବାରୁ ଅନେକ ଚାଷୀଙ୍କ ଧାନ ଖଳା ଓ ବିଲରେ ଭିଜିଥିବା ବେଳେ ମଣ୍ଡିରେ ମଧ୍ୟ ଫଟା ପାଲ ତଳେ ଭିଜି ଯାଇଛି ହଜାର ହଜାର ବସ୍ତା ଧାନ। ମିଲ୍ ମାଲିକ ଧାନ ପାଇଁ ବସ୍ତା ଯୋଗାଉନାହାନ୍ତି ଓଲଟି ଚାଷୀ ମାନେ କିଣିଥିବା ବସ୍ତାରେ ଧାନ ଭର୍ତି କରି ମଣ୍ଡିରୁ ମିଲ ପଏଣ୍ଟକୁ ପଠାଉଛନ୍ତି ।

{"id":282370,"sizeSlug":"large"}

ଚାଷୀଙ୍କ ବସ୍ତା ମଧ୍ୟ ମିଲ ମାଲିକମାନେ ଫେରସ୍ତ କରୁନାହାନ୍ତି । ଏବେ ବସ୍ତା ପିଛା ଖର୍ଚ୍ଚ କରି କ୍ଷତିଗ୍ରସ୍ତ ଚାଷୀ ଅନ୍ୟ ପଟେ ଧାନ ଓଦା ହେବାରୁ ମଷ୍ଚର ଟେଷ୍ଟ କରି କ୍ୱିଣ୍ଟାଲ ପିଛା ୩ ରୁ ୫କିଲୋ ଲେଖା କାଟିଦେଉଛନ୍ତି ମିଲ ମାଲିକ ।  ସେହିପରି ପ୍ଲାଷ୍ଟିକ ଜରି ବ୍ୟାଗରେ ଧାନ ଦେଉଥିବା ଚାଷୀଙ୍କ ଧାନ ଓଜନ କଲା ବେଳେ ଖାଲି ବସ୍ତା ଓଜନ ଓ ଝୋଟ ବସ୍ତା ଓଜନ ସାଙ୍ଗରେ ସମାନ କରି କ୍ୱିଣ୍ଟାଲ ପିଛା ୭୦୦ଗ୍ରାମ କଟିଦେଉଥିବା ମଧ୍ୟ ଅଭିଯୋଗ ହୋଇଛି  । ତେବେ ଏଥିପ୍ରତି ପ୍ରତି ବାରମ୍ବାର ଅଭିଯୋଗ କଲେ ମଧ୍ୟ କାହାର ନଜର ନାହିଁ ବୋଲି କହିଛନ୍ତି ଚାଷୀ ଓ ଚାଷୀ ନେତା ।

{"id":282371,"sizeSlug":"large"}

ଅଦିନିଆ ବର୍ଷା ପରେ ।  ମୌସୁମୀକୁ ନେଇ ଜିଲ୍ଲା ପ୍ରଶାସନ ଓ ଚାଷୀଙ୍କ ଚିନ୍ତା ବଢ଼ିଛି । ଜିଲ୍ଲାରେ ୧୯/୨୦ ରବିଧାନ ସଂଗ୍ରହରେ ମୋଟ ୫୮ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପ୍ରଥମ ପର୍ଯ୍ୟାୟରେ  ସରକାର  ୩୯ ଲକ୍ଷ  କ୍ୱିଣ୍ଟାଲ ଧାନ ଟୋକନ ମାଧ୍ୟମରେ ଉଠାଇବାକୁ ଥିବା ବେଳେ ୩୬ ଲକ୍ଷ କ୍ୱିଣ୍ଟାଲ ଧାନ ଉଠିସାରିଛି । ତେବେ ଏବେ ବି ୨ ଲକ୍ଷ କ୍ୱିଣ୍ଟାଲ ଧାନ ବିଭିନ୍ନ ମଣ୍ଡିରେ ପଡିରହିଛି । ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ୧୧ଲକ୍ଷ କ୍ୱିଣ୍ଟାଲ ଧାନ ଉଠାଇବାକୁ ସରକାର ନିଷ୍ପତି ନେଇଛନ୍ତି ।  ବାକି ୮ଲକ୍ଷ କ୍ୱିଣ୍ଟାଲ ତୃତୀୟ ପର୍ଯ୍ୟାୟରେ ଟାର୍ଗେଟ ସ୍ଥିର ହେବାକୁ ଥିବା ବେଳେ  ଏଥର ମୋଟ ୧୧୩ ମିଲର୍ସ ଧାନ କିଣା ପ୍ରକ୍ରିୟା ରେ ସାମିଲ ହୋଇଛନ୍ତି ।

{"id":282372,"sizeSlug":"large"}

ତଥାପି ବିଳମ୍ବ ହେଉଛି ଧାନ କିଣା ପ୍ରକ୍ରିୟା । ବେଳ ଥାଉ ଥାଉ ଯଦି ଚାଷୀଙ୍କ ଧାନ ଠିକ ସମୟରେ ନ ଉଠିଲା । ତାହେଲେ ଚାଷୀ ଅଣ୍ଡର ରେଟରେ ଧାନ ବିକିବାକୁ ବାଧ୍ୟହେବ ଆଉ ଏହାର ଫାଇଦା ଅସାଧୁ ମିଲର୍ସ ,ଦଲାଲ ଓ ମଣ୍ଡିରୁ ନେଇ ଯୋଗାଣ ବିଭାଗ ପର୍ଯ୍ୟନ୍ତ କିଛି ଅସାଧୁ କର୍ମଚାରୀ ଏହାର ଫାଇଦା ନେବେ ।  କିପରି ଧାନ ସଂଗ୍ରହ କୁ ତ୍ୱରାନ୍ୱିତ କରାଯାଇପାରିବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଛି । ଅନ୍ୟ ପକ୍ଷରେ ମଶ୍ଚରରେ କ୍ୱିଣ୍ଟାଲ ପିଛା ୫ରୁ ୬କିଲୋ ମିଲ ପଏଣ୍ଟରେ ମିଲ ମାଲିକ କାଟିବା ଓ ଜରି ବସ୍ତା ବଦଳରେ ଝୋଟ ବସ୍ତା ଓଜନ ହିସାବରେ ୨୦୦ଗ୍ରାମ ବଦଳରେ ୭୦୦ ଗ୍ରାମ ବସ୍ତା ପିଛା କାଟିବା ଉପରେ ଦୃଷ୍ଟି ଦେଇ ଯଦି ଅଭିଯୋଗ ଆସେ ତାହେଲେ ସମ୍ପୂର୍କ୍ତ ମିଲ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଦାୟିତ୍ୱରେ ଥିବା ଜିଲ୍ଲା ଯୋଗାଣ ଅଧିକାରୀ ।

{"id":232466,"sizeSlug":"large"}

ବରଗଡ଼ରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବଡ଼ ଧରଣ ଅବ୍ୟବସ୍ଥା ର ଯଦି ସମାଧାନ ନ ହୁଏ ତା ହେଲେ ଚାଷୀ ବାରମ୍ବାର ଶୋଷଣ ର ଶିକାର ହେଉଥିବ । ଅନ୍ୟ ପଟେ ମିଲ ମାଲିକ ଠାରୁ ଆରମ୍ଭ କରି କିଛି ବିଭାଗୀୟ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଅବ୍ୟବସ୍ଥାର ଫାଇଦା ଉଠାଇ ମଲେ ମାଲ ହେଉଥିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.