Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଆସୁଛି ବାତ୍ୟା, ଚିନ୍ତାରେ ଚାଷୀ : ଅମଳ ଫସଲ ସାଇତି ରଖିବାକୁ କୃଷି ବିଭାଗର ପରାମର୍ଶ

30/11/2021 at 2:54 PM

ଭଦ୍ରକ ୩୦।୧୧ : ଆସୁଛି ବାତ୍ୟା , ସତର୍କ ରୁହନ୍ତୁ । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ବାତ୍ୟା ଖବର ପାଇବା ପରେ ପାଚିଲା ଧାନକୁ ନେଇ ଚିନ୍ତାରେ ଚାଷୀ । ଵର୍ଷା ହେବା ଫଳରେ ପାଚିଲା ଧାନକ୍ଷେତ ଉଜୁଡି ଯିବା ଆଶଙ୍କା ଦେଖାଦେଇଛି । ସତର୍କ ରହିବାକୁ ପରାମର୍ଶ ଦେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ ।

ଖବର ଅନୁଯାୟୀ, ଡିସେମ୍ବର ମାସ ବେଳକୁ ଚାଷୀମାନେ ଧାନ ଅମଳ କରନ୍ତି । କିନ୍ତୁ ଏବେ ଆସୁଥିବା ବାତ୍ୟା ଲାଗି ସୁନାର ଫସଲକୁ ଉଜାଡି ଦେବା ଆଶଙ୍କା ଏବେ ଚାଷୀଙ୍କୁ ଘାରିଛି । ବାତ୍ୟା କେଉଁଠି ସ୍ଥଳ ଭାଗ ଛୁଇଁବ, ଏଯାଏଁ ବିଶେଷଜ୍ଞ କହିନଥିଵା ବେଳେ ଚାଷୀର ହଜିଯାଇଛି ନିଦ ।

ସଵୁ ଘାତ ପ୍ରତିଘାତ ପରେ  ଭଦ୍ରକରେ କିଛି ଭଲ ଅମଳ ହେବ ବୋଲି ଚାଷୀ ଆଶା ରଖିଥିଲେ । ହେଲେ ବାତ୍ୟା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ ପରେ ତତ୍ପରତା ଦେଖାଇଛନ୍ତି ଜିଲ୍ଲାପାଳ । ମାଇକ ଯୋଗେ କୃଷି ଵିଭାଗର ଅଧିକାରୀ ମାନେ ପ୍ରଚାର କରୁଛନ୍ତି ।

ଅମଳ ଧାନକୁ କାଟି ସାଇତି ରଖିବା ପାଇଁ କୁହାଯାଇଛି । ବର୍ଷା ଛାଡିବା ପରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିଵା ସହ ଧାନ ଓ ପନିପରିବା ଫସଲକୁ ରକ୍ଷା କରିବା ପାଇଁ ଚାଷୀଙ୍କୁ ଉପଦେଶ ଦିଆଯାଇଛି ।

   Related Posts