Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

‘ଖତରୋଁ କେ ଖିଲାଡୀ’ ଦର୍ଶକଙ୍କୁ ସର୍‌ପ୍ରାଇଜ୍ : ରୋହିତ ସେଟ୍ଟୀଙ୍କ ବଦଳରେ ଏଣ୍ଟ୍ରି କରିବେ ଫରାହ ଖାନ୍

24/07/2020 at 4:00 PM

ମୁମ୍ବାଇ ୨୪/୦୭ : ରିଆଲିଟି ଶୋ’ ‘ଖତରୋଁ କେ ଖିଲାଡୀ’ ଦେଖୁଥିବା ଦର୍ଶକଙ୍କ ପାଇଁ ଏକ ବଡା ଖବର ରହିଛି | ଷ୍ଟଣ୍ଟ ଶୋ’ ଖତରୋଁ କେ ଖିଲାଡୀର ସିଜନ ୧୦ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ରହିଛି | ଶୋ’ର ଫାଇନାଲ ଏପିସୋଡ଼ ସୁଟିଂ ହୋଇସାରିଛି | ଶୋ’କୁ ବହୁତ ଲୋକପ୍ରିୟତା ମିଳିଛି | ସେଥିପାଇଁ ଶୋ’ର ନିର୍ମାତା ଚାହୁଁଛନ୍ତି ଫାଇନାଲ ଏପିସୋଡ଼ ପରେ ସ୍ପେଶାଲ ଏଡିସନ ଉପରେ ତୁରନ୍ତ କାମ ଆରମ୍ଭ କରାଯାଉ | ତେବେ ନିର୍ମାତାଙ୍କ ଆଗରେ ପ୍ରଶ୍ନ ଛିଡା ହେଉଛି ଯେ ଶୋ’କୁ କିଏ ହୋଷ୍ଟ କରିବ | କାରଣ ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି | ସେଥିପାଇଁ ଶୋ’ର ନିର୍ମାତା ନିଷ୍ପତ୍ତି ନେଇଛନ୍ତି ଯେ ରୋହିତ ସେଟ୍ଟୀଙ୍କ ବଦଳରେ କୋରିଓଗ୍ରାଫର ଫରହା ଖାନଙ୍କୁ ନେବେ |

‘ଖତରୋଁ କେ ଖିଲାଡୀ’ର ଏହି ସ୍ପେଶାଲ ଏଡିସନର ନାଁ ହେବ ‘ଖତରୋଁ କେ ଖିଲାଡୀ-ମେଡ଼ ଇନ ଇଣ୍ଡିଆ’ | ଟାଇମ୍ସ ଅଫ ଇଣ୍ଡିଆ ଖବର ଅନୁଯାୟୀ, କୋରିଓଗ୍ରାଫର ଫରହା ଖାନ କିଛି ଏପିସୋଡ଼ ହୋଷ୍ଟ କରିବେ | କାରଣ ରୋହିତ ନିଜର ଆଗାମୀ ଫିଲ୍ମ ସୁଟିଂ ପାଇଁ ହାଇଦ୍ରାବାଦ ଯାଉଛନ୍ତି | ସେଥିପାଇଁ କିଛି ଏପିସୋଡ଼ ପାଇଁ ଉପସ୍ଥିତ ହୋଇପାରିବେ ନାହିଁ |

ପ୍ରଥମ ସିଜନର ପ୍ରତିଯୋଗୀ କାରଣ ବାହି, ରିତଭିକ ଧନଜନି, ହର୍ଷ, କାରଣ ପଟେଲ, ନିୟା ଶର୍ମା, ଜୟା ଭାନୁସାଲି, ଜସ୍ମିନ, ଏଲି ହୋଙ୍ଗେ, ଗୌରବ ଦୁବେ ଆଦି ସାମିଲ ହେବେ | ତେବେ ଗୌରବ ଦୁବେ ପ୍ରତିଯୋଗୀ ଭାବେ ଯୋଗ ଦେବେନାହିଁ | ସେ କେବଳ କମେଡି କରିବାକୁ ଶୋ’ରେ ରହିବେ |

‘ଖତରୋଁ କେ ଖିଲାଡୀ-୧୦’ ଫାଇନାଲରେ କରିସ୍ମା ତନ୍ନା, କରଣ ପଟେଲ, ଧର୍ମେଶ, ବଳାରାଜ ନଜର ଆସିବେ | ଫାଇନାଲ ଶୋ’ର ସୁଟିଂ ହୋଇଯାଇଛି | କିନ୍ତୁ ଫାଇନାଲ ଏପିସୋଡ଼ ଟେଲିକାଷ୍ଟ ହୋଇନାହିଁ | ଶୋ’ ଟେଲିକାଷ୍ଟ ହେବାପରେ ବିଜେତାଙ୍କ ନାଁ ଘୋଷଣା କରାଯିବ |

   Related Posts