Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

୪୩ବର୍ଷ ବୟସରେ କାହିଁକି ମା ହେବାକୁ ନିଷ୍ପତ୍ତି ନେଇଥିଲେ ଫାରା ଖାନ୍ ? ଓପନ ଲେଟରରୁ ଖୋଲିଲେ ନିଜ ରାଜ୍

25/11/2020 at 11:34 AM

ମୁମ୍ବାଇ ୨୫/୧୧: ଆଜିକାଲି ଲୋକେ ବିବାହର ବର୍ଷେ କିମ୍ବା ୨ବର୍ଷ ପରେ ଛୁଆ ଜନ୍ମ କରି ପରିବାରକୁ ପୂରା କରି ଦେଉଛନ୍ତି। ଅଧିକାଂଶ ସମୟରେ ଏପରି ଦେଖାଯାଏ ଯେ ମା ହେବାର ନିଷ୍ପତ୍ତିରେ ମହିଳାଙ୍କ ମତ ନିଆଯାଇନଥାଏ। ବରଂ ସେମାନଙ୍କୁ ସନ୍ତାନ ଜନ୍ମ କରିବାକୁ ଅର୍ଡ଼ର ଦିଆଯାଇଥାଏ । ଆଜି ସମାଜ ମଡର୍ଣ୍ଣ ହୋଇଯାଇଛି କିନ୍ତୁ ମହିଳାମାନେ ଅଧିକ ବୟସରେ ମା ହେଲେ ଲୋକେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠାଉଛନ୍ତି। ଏବେ ଏହାକୁ ନେଇ ଫାରା ଖାନ୍ ଏକ ଓପନ ଲେଟର ଲେଖିଛନ୍ତି।

ଫାରା ଖାନ୍ ୪୩ବର୍ଷ ବୟସରେ ମା ହୋଇଥିଲେ। ଫାରା ଖାନଙ୍କ ୩ପିଲା ଏବଂ ଏବେ ସେମାନେ ୧୨ବର୍ଷର ହୋଇଯାଇଛନ୍ତି। ନିକଟରେ ଫାରା ଖାନ୍ ନିଜ ଇନଷ୍ଟାଗ୍ରାମରେ ଏକ ଓପନ ଲେଟରକୁ ସେୟାର କରିଛନ୍ତି।

ଏହି ଲେଟରରେ ଫାରା ଖାନ୍ ଲେଖିଛନ୍ତି ଯେ ,‘ ଗୋଟିଏ ଝିଅ,ପତ୍ନୀ ଏବଂ ମା ହୋଇଥିବାରୁ ତାଙ୍କୁ ନିଷ୍ପତ୍ତି ନେବାର ଥିଲା ଯାହା ଫଳରେ ସେ କୋରିଓଗ୍ରାଫର ,ଫିଲ୍ମମେକର ଏବଂ ପ୍ରଡ୍ୟୁସର ହୋଇଥିଲେ। ସବୁ ଥର ଯେତେବେଳେ ତାଙ୍କୁ ଲାଗିଥିଲା ଯେ ସେ ଠିକ୍ ଅଛନ୍ତି ସେତେବେଳେ ସେ ନିଜ ହୃଦୟ କଥାକୁ ଶୁଣିଥିଲେ ଏବଂ ଏଥିରେ ଆଗକୁ ବଢ଼ିଥିଲେ। ଲୋକଙ୍କ ନିଷ୍ପତ୍ତି ବିଷୟରେ ବହୁତ ଭାବିଲେ ସମସ୍ତେ ଭୁଲି ଯାଇଥାନ୍ତି ଯେ ଏହା ସେମାନଙ୍କ ଜୀବନ ଏବଂ ନିଷ୍ପତ୍ତି ନେବାର ଅଧିକାର ସେମାନଙ୍କର ରହିଛି।’

ଫାରା ଖାନ୍ ଆଗକୁ ଲେଖିଛନ୍ତି ଯେ ,‘ ଆଜି ସେ ତାଙ୍କ ନିଷ୍ପତ୍ତି ଯୋଗୁଁ ୩ପିଲାଙ୍କ ଗର୍ବିତ ମାଆ। ସେ ଯେତେବେଳେ ପ୍ରସ୍ତୁତ ଥିଲେ ସେତେବେଳେ ମାଆ ହୋଇଥିଲେ, ସେତେବେଳେ ନୁହେଁ ଯେତେବେଳେ ସମାଜ ଏହାର ଦାବି କରିଥିଲା। ଏହା ପ୍ରେଗନେଣ୍ଟ ହେବା ପାଇଁ ଠିକ୍ ସମୟ ବୋଲି ଭାବି ସେ ଏହି ନିଷ୍ପତ୍ତି ନେଇଥିଲେ। ବିଜ୍ଞାନର ଧନ୍ୟବାଦ ଯେ ସେ ତାଙ୍କ ବୟସରେ IVF ଜରିଆରେ ଏପରି କରିବାରେ ସଫଳ ହୋଇଥିଲେ। ଆଜି ଏହା ଦେଖି ଭଲ ଲାଗୁଛି ଯେ ବହୁତ ମହିଳା ନ ଡରି ଏପରି କରିବାକୁ ନିଷ୍ପତ୍ତି ନେଉଛନ୍ତି।’

ଫାରା ଆଗକୁ ଲେଖିଛନ୍ତି,‘ଯଦି ପ୍ରେମ ବିନା ବିବାହ ହୋଇପାରେ ତେବେ ସ୍ବାମୀ ବିନା ମା କାହିଁକି ନୁହେଁ? ସେ କୁହନ୍ତି ଆମ ନିଷ୍ପତ୍ତି ଆମକୁ ବନାଇଥାଏ। ସେ ୪୩ବର୍ଷ ବୟସରେ ଏକ IVF ମମ୍ ହୋଇଥିଲେ ଏବଂ ସେ ଏଥିପାଇଁ ଗର୍ବିତ। ’

   Related Posts