ବଲିଉଡ ଅଭିନେତା ଫରାଜ ଖାନଙ୍କ ପରଲୋକ : ସୂଚନା ଦେଲେ ପୂଜା ଭଟ୍ଟ

Published By : Prameya-News7 Bureau | November 04, 2020 IST

ମୁମ୍ବାଇ ୪/୧୧: ବଲିଉଡ ଅଭିନେତା ଫରାଜ ଖାନଙ୍କ ପରଲୋକ ହୋଇ ଯାଇଛି। ତାଙ୍କୁ ୪୬ବର୍ଷ ବୟସ ହୋଇଥିଲା। ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଦୀର୍ଘ ଦିନରୁ ଭର୍ତ୍ତି ଥିଲେ। ଅଭିନେତ୍ରୀ ପୂଜା ଭଟ୍ଟ ‘ମେହେନ୍ଦୀ’ ଫିଲ୍ମର ଅଭିନେତା ଫରାଜ ଖାନଙ୍କ ପରଲୋକର ସୂଚନା ଦେଇଛନ୍ତି।

wp:core-embed/twitter {"url":"https://twitter.com/PoojaB1972/status/1323849286044409858","type":"rich","providerNameSlug":"twitter","className":""}
https://twitter.com/PoojaB1972/status/1323849286044409858
/wp:core-embed/twitter

ପୂଜା ଭଟ୍ଟ ଟ୍ବିଟ୍ କରି ଲେଖିଛନ୍ତି-‘ ଦୁଃଖର ସହିତ ଏକଥା କହିବାକୁ ପଡ଼ୁଛି ଯେ ଫରାଜ ଖାନ୍ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କର ଆଶା ରହିଛି ଯେ ସେ ଏବେ ଭଲରେ ଥିବେ। ଆପଣଙ୍କ ସାହାଯ୍ୟ ଏବଂ ଶୁଭ କାମନା ପାଇଁ ଧନ୍ୟବାଦ। ଦୟା କରି ତାଙ୍କ ପରିବାର ପାଇଁ ପ୍ରାର୍ଥନା କରନ୍ତୁ। ସେ ଏକ ଏପରି ଶୂନ୍ୟସ୍ଥାନ ଛାଡ଼ି ଯାଇଛନ୍ତି ଯାହାକୁ ଭରି ପାରିବା କଷ୍ଟକର।

{"id":355959,"sizeSlug":"large"}

ପୂଜା ତାଙ୍କ ପାଇଁ ଆର୍ଥିକ ସହାୟତା ଦାବି ମଧ୍ୟ କରିଥିଲେ। ଯାହା ପରେ ସଲମାନ ଖାନ୍ ତାଙ୍କର ସବୁ ବିଲ୍ ଭରି ଦେଇଥିଲେ । ଏବିଷୟରେ କଶ୍ମୀରା ଶାହ ସୂଚନା ଦେଇଥିଲେ। ଫରାଜ ଖାନଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିଲା। କିଛି ଦିନ ତଳେ ତାଙ୍କ ଚିକିତ୍ସା ପାଇଁ ତାଙ୍କ ପରିବାର ଏକ ଫଣ୍ଡ-ରେଜର ଓ୍ବେବସାଇଟ୍ ଜରିଆରେ ଲୋକଙ୍କଠୁ ଆର୍ଥିକ ସାହାଯ୍ୟର ଅପିଲ କରିଥିଲେ।

{"id":355960,"sizeSlug":"large"}

ଫରାଜ ଖାନଙ୍କ ବାପା ୟୁସୁଫ ଖାନ୍ ମଧ୍ୟ ଜଣେ ଅଭିନେତା। ବାପାଙ୍କ ଭଳି ଫରାଜ ଖାନ୍ ମଧ୍ୟ ଅଭିନୟରେ ନିଜ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ। ଫରାଜ ଖାନ୍ ରାନୀ ମୁଖାର୍ଜୀଙ୍କ ସହ ମେହେନ୍ଦୀ,ଦୁଲହନ ବନୁ ମେଁ ତେରି ଏବଂ ଫରେବ ସହ ବଲିଉଡର ଅନେକ ଫିଲ୍ମରେ ନଜର ଆସିଥିଲେ।

{"id":355961,"sizeSlug":"large"}

ଫରାଜଙ୍କ ଫିଲ୍ମ ଫରେବର ଗୀତ ତେରି ଆଖେଁ ଝୁକି ଝୁକି ଅତ୍ୟଧିକ ହିଟ୍ ହୋଇଥିଲା। ସେ ଦୀର୍ଘ ଦିନରୁ ଛାତିରେ କଫ ଏବଂ ସଂକ୍ରମଣ ସମସ୍ୟା ଭୋଗୁଥିଲେ।

{"id":355962,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.