ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବଲିଉଡ ଅଭିନେତା ଫରାଜ ଖାନ୍ : ଚିକିତ୍ସା ପାଇଁ ସାହାଯ୍ୟ ମାଗିଲେ ପୂଜା ଭଟ୍ଟ

Published By : Prameya-News7 Bureau | October 14, 2020 IST

ନୂଆଦିଲ୍ଲୀ ୧୪/୧୦: ‘ମେହେନ୍ଦୀ’ ଏବଂ ‘ଫରେବ’ ଭଳି ଫିଲ୍ମରେ ନଜର ଆସିଥିବା ପୂର୍ବତନ ବଲିଉଡ ଅଭିନେତା ଫରାଜ ଖାନ୍ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଅଭିନେତା ୟୁସୁଫ ଖାନଙ୍କ ପୁଅ ଫରାଜଙ୍କୁ ମସ୍ତିଷ୍କ ସଂକ୍ରମଣ ଏବଂ ନିମୋନିଆ ହୋଇଛି। ଅଭିନେତ୍ରୀ-ଫିଲ୍ମମେକର ପୂଜା ଭଟ୍ଟ ଟ୍ବିଟ୍ କରି ନିଜ ଫଲୋଅର୍ସଙ୍କୁ ତାଙ୍କୁ ସାହାଯ୍ୟ କରିବାକୁ ଦାବି କରିଛନ୍ତି ଯାହା ଦ୍ବାରା ସେ ଚିକିତ୍ସା ପାଇଁ ଅର୍ଥ ଏକାଠି କରିପାରିବେ।   

{"id":344345,"sizeSlug":"large"}

ପୂଜା ଭଟ୍ଟ ନିଜ ଟ୍ବିଟରେ ଫରାଜ ଖାନଙ୍କ ଫଟୋ ସେୟାର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି ଯେ ‘ପ୍ଲିଜ ଯେତେ ସମ୍ଭବ ସେତେ ସେୟାର କରନ୍ତୁ ଏବଂ ଯୋଗଦାନ କରନ୍ତୁ। ସେ ବି କରୁଛନ୍ତି। ଯଦି ଆପଣଙ୍କ ଭିତରୁ କେହି ଏପରି କଲେ ତେବେ ସେ କୃତଜ୍ଞ ରହିବେ। ଫରାଜଙ୍କ ସହ ଜଡ଼ିତ ସମସ୍ତ ସୂଚନା ପୂଜାଙ୍କ ଦ୍ବାରା ସେୟାର କରାଯାଇଥିବା ଫଣ୍ଡରେଜରରେ ଦିଆଯାଇଛି।

wp:core-embed/twitter {"url":"https://twitter.com/PoojaB1972/status/1316271945365643264","type":"rich","providerNameSlug":"twitter","className":""}
https://twitter.com/PoojaB1972/status/1316271945365643264
/wp:core-embed/twitter

ଏହି ଫଣ୍ଡ ରେଜର ଫରାଜଙ୍କ ପରିବାର ଦ୍ବାରା ଆରମ୍ଭ କରାଯାଇଛି। ଯେଉଁଥିରେ ଲେଖାଯାଇଛି ଯେ ଫରାଜ ପାଖାପାଖି ବର୍ଷେ ହେବ ଛାତିରେ କଫ ଏବଂ ସଂକ୍ରମଣ ସମସ୍ୟା ଭୋଗୁଛନ୍ତି। ନିକଟରେ ଯେତେବେଳେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯାଇଥିଲା ସେତେବେଳେ ଫରାଜ ଭିଡିଓ କଲ୍ ଜରିଆରେ ଡାକ୍ତରଙ୍କଠୁ ପରାମର୍ଶ ନେଇଥିଲେ। ତାଙ୍କ ଅବସ୍ଥା ଦେଖି ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ କହିଥିଲେ।

{"id":344346,"sizeSlug":"large"}

ଫରାଜଙ୍କ ପାଇଁ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଆବଶ୍ୟକ। ଏହା ବିଷୟରେ ତାଙ୍କ ଫଣ୍ଡ ରେଜରରେ ମଧ୍ୟ ଆଲୋଚନା କରାଯାଇଛି। ଏବେ ସୁଦ୍ଧା ଏହି କ୍ୟାମ୍ପେନ୍ ଜରିଆରେ ପାଖାପାଖି ୧ଲକ୍ଷ ୮ହଜାର ଟଙ୍କା ଠୁଳ କରାଯାଇସାରିଛି କିନ୍ତୁ ଏବେ ବି ଫରାଜଙ୍କ ଲାଗି ଅଧିକ ଟଙ୍କାର ଆବଶ୍ୟକତା ରହିଛି।

{"id":344347,"width":578,"height":410,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.