Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ପୁଣି ଥରେ କୋଳାହୋଳରେ ଉଛୁଳିବ ଷ୍ଟାଡିୟମ ! ମୋଟେରା ଓ ପୁଣେରେ ଦର୍ଶକଙ୍କୁ ମିଳିପାରେ ଅନୁମତି

28/01/2021 at 4:16 PM

ନୂଆଦିଲ୍ଲୀ ୨୮।୦୧: ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବଡ ଖବର। ଇଂଲଣ୍ଡ ବିପକ୍ଷରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ହେବାକୁ ଥିବା ସିରିଜ୍‌ର ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ଷ୍ଟାଡିୟମରେ ଦର୍ଶକଙ୍କୁ ଦେଖିବାକୁ ମିଳିପାରେ। ଏଥିସହ ପୁଣେରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ରେ ମଧ୍ୟ ଦର୍ଶକଙ୍କୁ ପ୍ରବେଶ ମିଳିବ। ଏ ନେଇ ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ପ୍ରସ୍ତୁତି ଆରମ୍ଭ କରି ଦେଇଛି।

ଏହା ପୂର୍ବରୁ ବିସିସିଆଇ ପ୍ରଥମ ଟେଷ୍ଟ ଏବଂ ଦ୍ଵିତୀୟ ଟେଷ୍ଟ ପାଇଁ ତାମିଲନାଡୁ କ୍ରିକେଟ୍ ସଂଘ(ଟିଏନସିଏ)କୁ ପଡିଆରେ ଦର୍ଶକଙ୍କୁ ଆସିବାକୁ ଅନୁମତି ଦେବାକୁ ଅପିଲ୍ କରିଥିଲା। ହେଲେ ଏହା ସମ୍ଭବ ହୋଇ ପାରିନଥିଲା। ପ୍ରଥମ ଟେଷ୍ଟ ଫେବୃଆରୀ ୫ରେ ଚେନ୍ନାଇରେ ଖେଳାଯିବ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ବିସିସିଆଇ ଆଶା ପ୍ରକାଶ କରିଛି ଯେ, ଅହମ୍ମଦାବାଦ ଓ ପୁଣେରେ ଦର୍ଶକ ଷ୍ଟାଡିୟମକୁ ଆଶି ପାରନ୍ତି। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଶେଷ ଦୁଇଟି ଟେଷ୍ଟ ବ୍ୟତୀତ ପାଞ୍ଚ ଟି-୨୦ ମ୍ୟାଚ୍‌ର ସିରିଜ୍ ଖେଳାଯିବ। ସେହି ପରି ପୁଣେରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ବିସିସିଆଇ ଏହି ପ୍ରସଙ୍ଗରେ ଦୁଇ କ୍ରିକେଟ୍ ସଂଘ ସହ ଆଲୋଚନା ଆରମ୍ଭ କରି ଦେଇଛି। ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି, ସ୍ଵାସ୍ଥ୍ୟ ଅଧିକାରୀଙ୍କ ତରଫରୁ କ୍ଲିୟରାନ୍ସ ମିଳିବା ପରେ ଦର୍ଶକଙ୍କୁ ଷ୍ଟାଡିୟମ ପ୍ରବେଶ ପାଇଁ ଅନୁମତି ଦିଆଯିବ।

ହେଲେ ଏହା ସ୍ଥିର ହୋଇ ନାହିଁ ଯେ , ଷ୍ଟାଡିୟମକୁ କେତେ ଦର୍ଶକଙ୍କୁ ପ୍ରବେଶ ଅନୁମତି ଦିଆଯିବ। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏକ ଲକ୍ଷ ଦର୍ଶକ ବସିବାର ବ୍ୟବସ୍ଥା ରହିଛି। ବିସିସିଆଇ ଯଦି ୫୦ ପ୍ରତିଶତରୁ ବି କମ୍ ଦର୍ଶକଙ୍କୁ ଅନୁମତି ଦିଏ ତେବେ ମଧ୍ୟ ଷ୍ଟାଡିୟମରେ ୨୫ ରୁ ୩୦ ହଜାର ଲୋକ ଆସି ପାରନ୍ତି।

   Related Posts