ରଣବୀର ସିଂଙ୍କ ଲୁକ୍ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍: କହିଲେ- ଏହି କାରଣରୁ ଭାରତକୁ ଏଲିୟନ୍ ଆସୁନାହାଁନ୍ତି

Published By : Prameya-News7 Bureau | June 30, 2021 IST

ନୂଆଦିଲ୍ଲୀ ୩୦/୦୬: ବଲିଉଡର ପ୍ରସିଦ୍ଧ ଅଭିନେତା ରଣବୀର ସିଂ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ରହିଥାନ୍ତି ତାଙ୍କ ଲୁକ୍ ପାଇଁ ମଧ୍ୟ ସେତିକି ହେଡଲାଇନରେ ରହିଥାନ୍ତି । ରଣଭୀର ବହୁତ ଅଦ୍ଭୁତ ଏବଂ ଅଜବ ପୋଷାକ ପିନ୍ଧିଥାନ୍ତି । ଅନେକ ଥର ସେ ତାଙ୍କ ଲୁକ୍ସକୁ ନେଇ ମଧ୍ୟ ଟ୍ରୋଲ୍ ହୋଇଥାନ୍ତି, କିନ୍ତୁ ଅଭିନେତା ଏହାକୁ ଖାତିର କରନ୍ତି ନାହିଁ ।

wp:html
/wp:html

ବର୍ତ୍ତମାନ ରଣବୀର ତାଙ୍କର ସର୍ବଶେଷ ଫଟୋସୁଟର ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ରଣଭୀରଙ୍କ ଲୁକ୍ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ରଣବୀର ଏକ ବ୍ଲୁ ଟ୍ରାକସୁଟ୍ ପିନ୍ଧିଛନ୍ତି ଏବଂ ଏହା ସହିତ ବଡ଼ ବଡ ସୁନା ଅଳଙ୍କାର ପିନ୍ଧିଛନ୍ତି । ସେ ୱିଗ୍ ମଧ୍ୟ ପିନ୍ଧିଛନ୍ତି। କେବଳ ଏତିକି ନୁହେଁ, ସେ ଏହି ପୋଷାକ ସହିତ ଏକ କଳା ହ୍ୟାଣ୍ଡବ୍ୟାଗ ରଖିଛନ୍ତି । ଗୋଟିଏ ଫଟୋରେ ରଣବୀର ଏହି ପୋଷାକ ସହିତ ଏକ ଲମ୍ବା ଜ୍ୟାକେଟ୍ ଏବଂ ଟୋପି ପିନ୍ଧିଛନ୍ତି । ରଣବୀରଙ୍କ ଏହି ଲୁକକୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ୍ କରାଯାଉଛି।

wp:html
/wp:html

ଜଣେ ଫ୍ୟାନ୍ କମେଣ୍ଟ କରିଛନ୍ତି ଦୀପିକା ତୁମର କାର୍ଯ୍ୟକଳାପକୁ ଦେଖି ବିରକ୍ତ ହୁଅନ୍ତି ନାହିଁ । ଅନ୍ୟ ଜଣେ ଲେଖିଛନ୍ତି, ଏହି କାରଣରୁ ଭାରତକୁ ଏଲିୟନ୍ ଆସୁନାହାଁନ୍ତି । ରଣବୀରଙ୍କ ଏହି ଲୁକକୁ ବଲିଉଡ ଷ୍ଟାରମାନେ ବହୁତ ପ୍ରଶଂସା କରୁଛନ୍ତି । ଅର୍ଜୁନ କପୁରଙ୍କ ଠାରୁ ଟାଇଗର ଶ୍ରଫ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଲୁକ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ନିକଟରେ ରଣବୀର ତାଙ୍କର କିଛି ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ବହୁତ ଡିସେଣ୍ଟ ଦେଖାଯାଉଥିଲେ । ପ୍ରଶଂସକମାନେ କହୁଥିଲେ ଯେ ରଣବୀର ବର୍ତ୍ତମାନ ବଦଳି ଯାଇଛନ୍ତି ଏବଂସେ ସାଧାରଣ ଲୁକରେ ରହୁଛନ୍ତି। କିନ୍ତୁ ବର୍ତ୍ତମାନ ରଣଭୀରଙ୍କ ଏହି ଫଟୋ ଦେଖି ସେ ପୁଣି ଦୁଃଖିତ ହୋଇଯିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.