ନିର୍ବନ୍ଧକୁ ନେଇ internetରେ ଖୁବ୍ ଟ୍ରୋଲ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଦେଖନ୍ତୁ ଏବେ କାହା ସହ ତାଙ୍କର Engagement କରିଛନ୍ତି ଫ୍ୟାନ୍ସ
15/01/2020 at 8:19 PM

ବଲିଉଡ୍ ଅଭିନେତ୍ରୀ ନତାସା ଷ୍ଟେନକୋଭିକ୍ଙ୍କ ସହ ନିକଟରେ ଏନଗେଜମେଣ୍ଟ କରିଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଉଭୟ ସେମାନଙ୍କ ଏନଗେଜମେଣ୍ଟର ଫଟୋ ସୋସିଆଲ ମିଡିଆରେ ସେୟାର କରୁଥିବା ବେଳେ ତାଙ୍କୁ ଫ୍ୟାନ୍ସ ଖୁବ ଟ୍ରୋଲ କରୁଛନ୍ତି। ସେମାନଙ୍କ ଫଟୋକୁ କଦର୍ଥ କରି ରିପୋଷ୍ଟ କରୁଛନ୍ତି। ଏହି କ୍ରମରେ ଫ୍ୟାନ୍ସ ଏବେ ରାନୁ ମଣ୍ଡଲଙ୍କୁ ଯୋଡିଦେଇଛନ୍ତି ହାର୍ଦ୍ଦିକଙ୍କ ସହ ଜାଣନ୍ତୁ କିପରି।

ହାର୍ଦ୍ଦିକ ତାଙ୍କର ମ୍ୟାରେଜ୍ ଏନଗେଜମେଣ୍ଟ ନେଇ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ। ଏହା ଜଣାପଡିବାରୁ ଖୁବ୍ ଚର୍ଚ୍ଚା ହୋଇଥିଲା। ତେବେ ଫ୍ୟାନ୍ସ ଏଥିରୁ ମଜା ଉଠାଇବାକୁ ଭୁଲି ନଥିଲେ। ଫଟୋକୁ ଏଡିଟ୍ କରି କେଉଁଠି ସେମାନଙ୍କୁ ମତ୍ସ୍ୟଜୀବି ଭାବେ ପ୍ରଦର୍ଶିତ କରିଥିଲେ ତ ଆଉ କେଉଁଠି ଅନ୍ୟ ପ୍ରକାର। ହେଲେ ଏବେ ବିଚ୍ରେ ସେମାନଙ୍କର ଏକ ଫଟୋ ସୁଟ୍ ଇଣ୍ଟରନେଟ୍ରେ ଭାଇରାଲ ହେଉଛି।

ଉଭୟ ସିସାଇଡରେ ଫଟୋ ଉଠାଇଥିବା ବେଳେ ହାର୍ଦ୍ଦିକଙ୍କ ସହ ଫ୍ୟାନ୍ସ ରାନୁମଣ୍ଡଲଙ୍କ ଫଟୋ ଯୋଡି ଦେଇଛନ୍ତି। ଯାହା ହାସ୍ୟସ୍ପଦ ପରିସ୍ଥିତି ସୃଷ୍ଟି କରିଛି। ସୋସିଆଲ ମିଡିଆରେ ସେମାନଙ୍କର ଫଟୋକୁ ଲୋକେ ଏପରି କଦର୍ଯ୍ୟ କରୁଥିଲେ ମଧ୍ୟ ହାର୍ଦ୍ଦିକ ଅଥବା ନତାସା ଏପର୍ଯ୍ୟନ୍ତ କେହି ଆପତ୍ତି ବି କରିନାହାନ୍ତି। ନତାସା ବିଗ୍ବସ୍ରେ କାମ କରିସାରିଛନ୍ତି। ଏହା ଛଡା ବାଦଶାହ ମ୍ୟୁଜିକ ଭିଡିଓ ବନ୍ଧୁକରେ ବି ଅଭିନୟ କରିଥିଲେ। ଏହା ବ୍ୟତୀତ କିଛି ବଲିଉଡ ଫିଲ୍ମରେ ବି ନତାସାଙ୍କୁ ଦେଖାଯାଇଛି। ତେବେ ବ୍ୟାକ୍ ଇଞ୍ଜୁରୀ ଲାଗି ହାର୍ଦ୍ଦିକ ଏବେ ଛୁଟି କଟାଉଥିବା ବେଳେ ନତାସାଙ୍କ ସହ ଖୁବ୍ ମସ୍ତି କରୁଛନ୍ତି।