ପଡ଼ିଆରେ ପାକ୍-ଆଫଗାନ ଟକ୍କର, ଗ୍ୟାଲେରୀରେ ଖେଳ ପ୍ରେମୀଙ୍କ ଜୋରଦାର ଫାଇଟ୍, ସାମ୍ନାକୁ ଆସିଲା ଭିଡିଓ

Published By : Prameya-News7 Bureau | October 30, 2021 IST

ନୂଆଦିଲ୍ଲୀ ୩୦/୧୦: ଟି-୨୦ ବିଶ୍ବକପ୍‌ରେ ଶୁକ୍ରବାର ଏକ ବଡ଼ ମ୍ୟାଚ୍‌ ଥିଲା। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ଚାଲିଥିଲା। ବିଶ୍ବର ନଜର ଏହି ଦୁଇ ଟିମ୍‌ ଉପରେ ଥିଲା। ଦୁଇ ଟିମ୍‌ ମଧ୍ୟରେ ଟକ୍କର ଜୋରଦାର ଥିଲା ଏବଂ ଦୁବାଇର ଏହି ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଏହି ସମୟ​‌ରେ ଅପ୍ରୀତିକର  ପରିସ୍ଥିତି ମଧ୍ୟ ଉପୁଜିଥିଲା ଯାହାର ଭିଡିଓ ଏବେ ଭାଇରାଲ୍‌ ହେଉଛି।

ପ୍ରଥମେ ଆଫଗାନିସ୍ତାନ ଫ୍ୟାନ ବିନା ଟିକେଟ୍‌ରେ ଷ୍ଟାଡିୟମରେ ପ୍ରବେଶ କରିଥିଲେ । ଏହା ପରେ ଭିତରେ ଥିବା ଦର୍ଶକଙ୍କ ସହ ଝଗଡ଼ା ଏବଂ ହାତାହାତି ପରିସ୍ଥିତି ଉପୁଜିଥିଲା । ଶୁକ୍ରବାର ଦିନ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇରେ ମ୍ୟାଚ୍‌ ଖେଳାଯାଇଥିଲା। ମ୍ୟାଚ୍‌ ପାଇଁ ହଜାର ହଜାର ଟିକେଟ୍‌ ବିକ୍ରି ହୋଇଥିଲା। କିନ୍ତୁ ବହୁ ସଂଖ୍ୟକ ଆଫଗାନିସ୍ତାନ ପ୍ରଶଂସକ ବିନା ଟିକେଟ୍‌ରେ ମଇଦାନରେ ପ୍ରବେଶ କରିଥିଲେ। ପଡ଼ିଆ ବାହାରେ ଅସମ୍ଭାଳ ଭିଡ଼ ମଧ୍ୟ ଥିଲା। ଲୋକମାନଙ୍କୁ ଭିତରକୁ ଆସିବା ପାଇଁ ବହୁ ଅସୁବିଧା ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଆଫଗାନ୍‌ ଫ୍ୟାନ୍‌ ବ୍ୟାରିକେଡ୍‌ ଡେଇଁ ପଡ଼ିଆ ଭିତରକୁ ଚାଲିଆସିଥିଲେ।

କିନ୍ତୁ ଯେଉଁମାନଙ୍କ ପାଖରେ ଟିକେଟ୍‌ ଥିଲା ସେମାନେ ଗ୍ୟାଲେରୀ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ। ଏନେଇ ଷ୍ଟାଡିୟମ ଭିତର ଏବଂ ବାହାରର ଭିଡିଓ ସାମ୍ନାକୁ ଆସିଛି । ଦୁବାଇ ଷ୍ଟାଡିୟମ ବାହାରେ ଆଫଗାନିସ୍ତାନ ପ୍ରଂଶସକ ବ୍ୟାରିକେଡ୍‌ ଭାଙ୍ଗୁଥିବା ମଧ୍ୟ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଷ୍ଟାଡିୟମ୍‌ ଭିତରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଖେଳପ୍ରେମୀଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିବା ବେଳେ ହାତହାତି ହୋଇଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

wp:html /wp:html

ଏ ସମସ୍ତ ଘଟଣା ପରେ ଆଫଗାନିସ୍ତାନର ଅଧିନାୟକ ମହମ୍ମଦ ନବୀ ପ୍ରଶଂସକଙ୍କୁ ଅପିଲ କରିଛନ୍ତି ଯେ ଦୟାକରି ଟିକେଟ୍‌ ନେଇ ଷ୍ଟାଡିୟମକୁ ଆସିନ୍ତୁ। ଶୁକ୍ରବାର ମ୍ୟାଚ୍‌ରେ ପାକିସ୍ତାନ ୫ ଓ୍ବିକେଟ୍‌ରେ ବିଜୟୀ ହୋଇଥିଲା। ଆଫଗାନିସ୍ତାନ ଏବେ ସୁଦ୍ଧା ଗୋଟିଏ ମ୍ୟାଚ୍‌ ଜିତିଥିବା ବେଳେ ଗୋଟିଏରେ ହାରିଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଆଫଗାନିସ୍ତାନ ଜିତିବା ସ୍ଥିତିରେ ଥିଲା କିନ୍ତୁ କରିମ ଜନତଙ୍କ ଓଭର ମ୍ୟାଚ୍‌ର ମୋଡ ବଦଳାଇ ଦେଇଥିଲା । ଗୋଟିଏ ଓଭରରେ ୪ ଛକା ସହ ପାକିସ୍ତାନ ବିଜୟୀ ହୋଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.