ଓ୍ବେଲିଟଂନରେ ଧୋନି... ମିସ୍ କରୁଛନ୍ତି ପ୍ରଶଂସକ

Published By : Prameya-News7 Bureau | January 31, 2020 IST

ଓ୍ବେଲିଟଂନ ୩୧।୦୧: ଖେଳପ୍ରେମୀଙ୍କୁ ପୁଣି ମନେ ପଡିଲେ ଧୋନି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-ଟ୍ବେଣ୍ଟି ମ୍ୟାଚ୍‌ ସମୟରେ ଧୋନୀଙ୍କୁ ମନେ ପକାଇଛନ୍ତି ଖେଳ ପ୍ରଂଶସକ । ଓ୍ବେଲିଟଂନ ଷ୍ଟାଡିୟମରେ ଫ୍ୟାନ୍ସମାନେ ଧୋନିଙ୍କ ଏକ ବ୍ୟାନର ଧରିଥିବାର ନଜର ଆସିଛି । ସେହି ବ୍ୟାନରରେ 'We Miss You Dhoni' ଲେଖାରହିଛି ।

wp:core-embed/twitter {"url":"https://twitter.com/BCCI/status/1223146132294926337","type":"rich","providerNameSlug":"twitter","className":""}
https://twitter.com/BCCI/status/1223146132294926337
/wp:core-embed/twitter

ଏହି ବ୍ୟାନରଟିକୁ BCCI ନିଜ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି । ମହେନ୍ଦ୍ର ସିଂହ ଧୋନୀ ନିଜର ଶେଷ ମ୍ୟାଚ୍ ୨୦୧୯ ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ ।

{"id":218206,"sizeSlug":"large"}

ତେବେ ୨୦୧୯ବିଶ୍ବକପ୍ ସେମିଫାଇନାଲ ପରଠାରୁ ଧୋନି କୌଣସି ଆନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳିନାହାନ୍ତି । ବିଶ୍ବ କପ୍‌ ପରେ ଧୋନିଙ୍କ ଅବସର ନେବା ପାଇଁ ଲଗାତର ଚର୍ଚ୍ଚ ହେଉଛି । କିନ୍ତୁ ଧୋନି ନିଜ ଅବସର ନେଇ କୌଣସି ସୂଚନା ଦେଇନାହାନ୍ତି । ଚଳିତ ବର୍ଷ ବିସିସିଆଇ ପକ୍ଷରୁ ଜାରି ହୋଇଥିବା ବର୍ଷିକୀୟ ଚୁକ୍ତି ତାଲିକାରେ ଧୋନିଙ୍କ ନାମ ସାମିଲ ନାହିଁ । ଧୋନି ବର୍ତ୍ତମାନ ନିଜ ପରିବାର ସହିତ ସମୟ ବିତାଉଛନ୍ତି ।

{"id":218204,"width":579,"height":417,"sizeSlug":"large"}

ଓ୍ବିକେଟ ରକ୍ଷକ ବ୍ୟାଟସ୍‌ମ୍ୟାନ ମହେନ୍ଦ୍ର ସିଂହ ଧୋନି ୯୦ଟି ଆନ୍ତଃରାଷ୍ଟ୍ରୀୟ ଟେଷ୍ଟରେ ୧୪୪ଟି ପାରି ଖେଳି ୪୮୭୬ରନ କରିଛନ୍ତି । ଟେଷ୍ଟରେ୬ଟି ଶତକ,୩୩ଟି ଅର୍ଦ୍ଧଶତକ ଓ ଗୋଟିଏ ୨ଟି ଦ୍ବିଶତକ କରିଛନ୍ତି । ସେହିପରି ୩୫୦ଟି ଆନ୍ତଃରାଷ୍ଟ୍ରୀୟ ଦିନିକିଆ ମ୍ୟାଚ ଖେଳି ୧୦୭୭୩ରନ୍ ସଂଗ୍ରହ କରିଛନ୍ତି । ଦିନିକିଆ ମ୍ୟାଚ୍‌ରେ ୧୦ଟି ଶତକ ସହ ୭୩ଟି ଅର୍ଦ୍ଧଶତକ କରିଛନ୍ତି  । ଆନ୍ତଃରାଷ୍ଟ୍ରୀୟ ଟି-ଟ୍ବେଣ୍ଟିରେ ୯୮ଟି ମ୍ୟାଚ୍‌ ଖେଳି ୨ଟି ଅର୍ଦ୍ଧଶତକ ସହ ୧୬୧୭ରନ ସଂଗ୍ରହ କରିଛନ୍ତି । IPLରେ ଧୋନିଙ୍କ ପ୍ରଦର୍ଶନ ମଧ୍ୟ ଉଚ୍ଚୋକାଟୀରେ ରହିଛି । ୧୯୦ଟି ମ୍ୟାଚ୍‌ ଖେଳି ୨୩ଅର୍ଦ୍ଧଶତକ ସହ ୪୪୩୨ରନ୍ ସଂଗ୍ରହ କରିଛନ୍ତି ।

{"id":218205,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.