ସୁଶାନ୍ତଙ୍କୁ ନେଇ ଏପରି କିଛି କହିଲେ ରାଖୀ ସାଓ୍ବନ୍ତ : ଭିଡିଓ ଦେଖି ରକ୍ତ ଚାଉଳ ଚୋବାଇଲେ ୟୁଜର୍ସ
23/06/2020 at 1:53 PM

ମୁମ୍ବାଇ ୨୩/୬: ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକରେ ସମସ୍ତେ ଦୁଃଖୀ ଅଛନ୍ତି। କେହି ଏହି ଦୁଃଖରୁ ବାହାରି ପାରି ନଥିବାବେଳେ ରାଖୀ ସାଓ୍ବନ୍ତ ଏପରି କିଛି କହି ଦେଇଛନ୍ତି ଯେ ପ୍ରଶଂସକ ରାଗି ଯାଇଛନ୍ତି। ରାଖୀ ନିଜର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ ରାଖୀ କହିଛନ୍ତି ଯେ,‘ସେ ରାତିରେ ଶୋଇଥିବାବେଳେ ତାଙ୍କୁ ହଠାତ୍ ଜୋରସୋରରେ ଝଟକା ଲାଗିଥିଲା। ସେ କିଏ ବୋଲି ପଚାରିବାରୁ ଶବ୍ଦ ଆସିଥିଲା ମୁଁ ସୁଶାନ୍ତ। ସୁଶାନ୍ତ ତାଙ୍କୁ କହିଥିଲେ ଯେ ସେ ପୁଣି ଥରେ ଜନ୍ମ ହେଉଛନ୍ତି ବୋଲି ତାଙ୍କ ପ୍ରଶଂସକଙ୍କୁ କହିବେ। ସେ କିପରି ବୋଲି ସୁଶାନ୍ତଙ୍କୁ ପଚାରିବାରୁ ସୁଶାନ୍ତ ତାଙ୍କୁ କହିଥିଲେ ଯେ ରାଖୀ ତୁମେ ବିବାହ କଲେ ମୁଁ ତୁମ ଔରସରୁ ଜନ୍ମ ନେବି।
ରାଖୀଙ୍କ ଏହି ଭିଡିଓ ଦେଖି ପ୍ରଶଂସକମାନେ ତାଙ୍କୁ ଖୁବ୍ ଟ୍ରୋଲ୍ କରିଥିଲେ ଏବଂ ତାଙ୍କୁ ଏହି ଭିଡିଓ ଡିଲିଟ୍ କରିବାକୁ କହିଥିଲେ।
ସୁଶାନ୍ତ ଜୁନ୍ ୧୪ତାରିଖରେ ନିଜ ମୁମ୍ବାଇ ସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏବେ ସୁଦ୍ଧା ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ସାମନାକୁ ଆସିନାହିଁ।
ପୋଲିସ୍ ଏବେ ସୁଶାନ୍ତଙ୍କ ରକ୍ତ ନମୁନାର ଯାଞ୍ଚ ରିପୋର୍ଟ ଆସିବାର ଅପେକ୍ଷା କରିଛି। ଏହା ସହିତ ଘରୁ ଜବତ ହୋଇଥିବା ଜିନିଷର ଫରେନସିକ୍ ରିପୋର୍ଟ ଆସିବାର ଅପେକ୍ଷା କରିଛି। ମୁମ୍ବାଇ ପୋଲିସ୍ ସୁଶାନ୍ତଙ୍କ କଲ୍ ରେକର୍ଡ଼ ମଧ୍ୟ ଯାଞ୍ଚ କରୁଛି। ସୁଶାନ୍ତ ଗତ ୬ମାସ ହେବ ଡିପ୍ରେସନରେ ଥିଲେ। ତାଙ୍କ ଚିକିତ୍ସା ଚାଲିଥିଲା। କିନ୍ତୁ କିଛି ଦିନ ହେବ ସେ ଔଷଧ ନେବା ବନ୍ଦ କରି ଦେଇଥିଲେ।