ସୋନୁ ସୁଦଙ୍କୁ ଭାରତ ରତ୍ନ ଦେବା ପାଇଁ ଜୋର ଧରିଲା ଦାବି : ନମ୍ରତାର ସହିତ କିଛି ଏପରି ଜବାବ ଦେଲେ ସୋନୁ

Published By : Prameya-News7 Bureau | October 10, 2020 IST

ମୁମ୍ବାଇ ୧୦/୧୦: ଅଭିନେତା ସୋନୁ ସୁଦ ଅଭାବୀଙ୍କୁ ସାହାଯ୍ୟ କରିବା ଜାରି ରଖିଛନ୍ତି। ସେ ସୋସିଆଲ୍ ମିଡିଆକୁ ନିଜ ଅସ୍ତ୍ର କରି ଲଗାତାର ଭାବେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। କାହାକୁ ଘର ଯୋଗାଇ ଦିଆଯାଉଛି ତ କାହାର ପାଠପଢ଼ାର ଖର୍ଚ୍ଚ ବହନ କରାଯାଉଛି। ସାହାଯ୍ୟ ଯେଉଁ ଧରଣର ହୋଇଥାଉନା କାହିଁକି ସୋନୁ ନିଜ ଅଭିଯାନ ଜରିଆରେ ସମସ୍ତଙ୍କ ଜୀବନରେ ଖୁସି ନେଇ ଆସୁଛନ୍ତି। ଏବେ ତାଙ୍କର ଏହି ଅନ୍ଦାଜ ଦେଖି ତାଙ୍କର ଜଣେ ପ୍ରଶଂସକ ବଡ଼ ଦାବି କରିଛନ୍ତି।

wp:core-embed/twitter {"url":"https://twitter.com/somnathsrivast6/status/1314752599682408448","type":"rich","providerNameSlug":"twitter","className":""}
https://twitter.com/somnathsrivast6/status/1314752599682408448
/wp:core-embed/twitter

ସୋସିଆଲ ମିଡିଆରେ ସୋନୁ ସୁଦଙ୍କ କାମରେ ଖୁସି ହୋଇ ଜଣେ ପ୍ରଶଂସକ ତାଙ୍କ ପାଇଁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନର ଦାବି କରିଛନ୍ତି। ୟୁଜର ଏକ ପୋଷ୍ଟ ଜରିଆରେ ସରକାରଙ୍କୁ ଗୁହାରି କରି ଲେଖିଛନ୍ତି ଯେ ଆଦରଣୀୟ ପ୍ରଧାନମନ୍ତ୍ରୀ ମହାଶୟ,ଆମ ସମସ୍ତ ଦେଶବାସୀଙ୍କ ଦାବି ରହିଛି ଯେ ଯେଉଁଭଳି ଭାବେ କରୋନା ମହାମାରୀରେ ସୋନୁ ସୁଦ ଗରିବ,ଶ୍ରମିକ,ଛାତ୍ର,ପ୍ରତ୍ୟେକ ଅଭାବୀଙ୍କୁ ସହାୟତା କରିଛନ୍ତି ଏବଂ କରୁଛନ୍ତି,ତାଙ୍କ ଭଳି ପ୍ରକୃତ ହୀରୋଙ୍କ ପାଇଁ ଭାରତ ରତ୍ନ ପୁରସ୍କାର ଦେବାକୁ ଦାବି କରୁଛୁ! ସୋନୁଙ୍କ ପାଇଁ ଭାରତ ରତ୍ନ ପ୍ରଥମ ଥର ଦାବି କରାଯାଇନାହିଁ। ଲକଡାଉନ୍ ସମୟରେ ମଧ୍ୟ ତାଙ୍କ କାମରେ ଖୁସି ହୋଇ ଏପରି ଦାବି କରାଯାଇଥିଲା।

{"id":341953,"sizeSlug":"large"}

କିନ୍ତୁ ସବୁବେଳ ପରି ଏଥର ମଧ୍ୟ ସୋନୁ ସୁଦ ଏପରି ଦାବିରେ ଅଧିକ ଉତ୍ସାହ ଦେଖାଇ ନାହାନ୍ତି। କିଛି ନଲେଖି ସୋନୁ ଏକ ଇମୋଜୀ ଜରିଆରେ କହି ଦେଇଛନ୍ତି ଯେ ସେ କେବଳ ବିନମ୍ର ଏବଂ ତଳେ ରହିବାକୁ ଚାହୁଁଛନ୍ତି। ସେ ପ୍ରଶଂସକଙ୍କ ପ୍ରେମକୁ ସମ୍ମାନ ଜଣାଇ ଏକ ହାତ ଯୋଡ଼ୁଥିବା ଇମୋଜୀ ପଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.