Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

ଖାଲି ଷ୍ଟାଡିୟମରେ ହେବ ନାହିଁ IPL ୨୦୨୦, ଷ୍ଟାଡିୟମକୁ ଆସି ପାରନ୍ତି ଏତିକି ପ୍ରତିଶତ ଦର୍ଶକ

31/07/2020 at 8:57 PM

ନୂଆଦିଲ୍ଲୀ ୩୧।୦୭: ଏମିରେଟ୍ସ କ୍ରିକେଟ୍ ବୋର୍ଡର ସଚିବ ମୁବାଶଶୀର ଉସମାନି ଶୁକ୍ରବାର କହିଛନ୍ତି ଯଦି ସରକାର ମଞ୍ଜୁରୀ ଦିଅନ୍ତି ତେବେ ୟୁଏଇରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ ଷ୍ଟାଡିୟମକୁ ୩୦ ରୁ ୫୦ ପ୍ରତିଶତ ଭରିବାକୁ ଚାହିଁବେ। ଆଇପିଏଲ ତାରିଖ ଘୋଷଣା କରି ବିଶ୍ଵର ସବୁଠୁ ବଡ ଧର୍ଣ୍ଣାଢ୍ୟ ଟୂର୍ଣ୍ଣାମେଣ୍ଟର ସଭାପତି ବ୍ରଜେଶ ପଟେଲ ପିଟିଆଇକୁ କହିଥିଲେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୮ ପର୍ଯ୍ୟନ୍ତ ହେବାକୁ ଥିବା ଟି-୨୦ ଟୂର୍ଣ୍ଣାମେଣ୍ଟ ସମୟରେ ଦର୍ଶକଙ୍କୁ ଷ୍ଟାଡିୟମ ଯିବାକୁ ଅନୁମତି ଦେବାର ନିଷ୍ପତ୍ତି ୟୁଏଇ ସରକାର ଦ୍ଵାରା ନିଆଯିବ।

ତାରିଖର ଘୋଷଣା ପରେ ବି ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ମଧ୍ୟ ୟୁଏଇରେ ଆଇପିଏଲ ଆୟୋଜନ ନେଇ ଭାରତ ସରକାରଙ୍କ ମଞ୍ଜୁରୀକୁ ଅପେକ୍ଷା କରିଛି। ଉସମାନି ଫୋନ କରି କହିଛନ୍ତି ଥରୁଟିଏ ଆମକୁ ବିସିସିଆଇଠୁ ଭାରତ ସରକାରଙ୍କ ମଞ୍ଜୁରୀ ବିଷୟରେ ସୂଚନା ମିଳିବା ପରେ ଆମେ ନିଜ ସରକାରଙ୍କ ନିକଟରେ ପୂର୍ଣ୍ଣ ପ୍ରସ୍ତାବ ଓ ମାନକ ପରିଚାଳନା ପ୍ରକ୍ରିୟା(ଏସଓପି) ସହିତ ଯିବୁ। ଆମେ ନିଶ୍ଚିତ ଭାବେ ଆମର ଲୋକଙ୍କୁ ଏହି ପ୍ରତିଷ୍ଠିତ ଟୂର୍ଣ୍ଣାମେଣ୍ଟର ଅନୁଭବ ଦେବାକୁ ଚାହିଁବୁ ମାତ୍ର ଏହା ସଂପୂର୍ଣ୍ଣ ଭାବେ ସରକାରଙ୍କ ନିଷ୍ପତ୍ତି  ହେବ। ଏଠାରେ ଅଧିକାଂଶ ଟୂର୍ଣ୍ଣାମେଣ୍ଟରେ ଦର୍ଶକଙ୍କ ସଂଖ୍ୟା ୩୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ। ଆମେ ଆଇପିଏଲରେ ଏହି ସଂଖ୍ୟା ଆଶା କରୁଛୁ।

ଉସମାନି କହିଛନ୍ତି ଆମକୁ ଆଇପିଏଲ ଆୟୋଜନ ନେଇ ନିଜ ସରକାରଙ୍କୁ ମଞ୍ଜୁରୀ ମିଳିବା ଆଶା ରହିଛି। ୟୁଏଇରେ କୋଭିଡ୍-୧୯ର ୬୦୦୦ରୁ ଅଧିକ ସକ୍ରିୟ ମାମଲା ରହିଛି। ଏଠାରେ ସ୍ଥିତି ପ୍ରାୟତଃ ନିୟନ୍ତ୍ରଣରେ ରହିଛି। କିନ୍ତୁ ନଭେମ୍ବର ମାସରେ ହେବାକୁ ଥିବା ୨୦୨୦ ଦୁବାଇ ରଗବୀ ସେଭେନ୍ସ ଟୁର୍ଣ୍ଣାମେଣ୍ଟକୁ କରୋନା ଭାଇରସ୍‌ ବିପଦ କାରଣରୁ ୧୯୭୦ ପରେ ପ୍ରଥମ ଥର ରଦ୍ଦ କରାଯାଇଛି।

   Related Posts