ବାରବାଟୀକୁ ଆସିଛନ୍ତି ପିଣ୍ଟୁ, ସୁଧିର ଓ ଧର୍ମବୀର… ନେଟ୍ ପ୍ରାକ୍ଟିସ୍ ବେଳେ ଇଣ୍ଡିଆ-ଇଣ୍ଡିଜ୍ ପ୍ଲେୟାରଙ୍କୁ କଲେ ଚିୟର

Published By : Prameya-News7 Bureau | December 21, 2019 IST

କଟକ ୨୧।୧: ବାରବାଟୀ ଲଢେଇ ପୂର୍ବରୁ ଗ୍ରାଉଣ୍ଡରେ ଅଭ୍ୟାସ କରିଛନ୍ତି ଉଭୟ ଇଣ୍ଡିଆ ଓ ଇଣ୍ଡିଜ୍ ଟିମ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଜିଟିଭ୍ ଆଟିଚୁଡ୍ ନେଇ ଖେଳିବାକୁ ଆଶା ରଖିଥିବା ଭାରତୀୟ ଟିମ୍ ପ୍ରଥମେ ବାରବାଟୀରେ ନେଟ୍ ପ୍ରାକ୍ସିସ୍ କରିଥିଲା । ଆଜି ସକାଳେ ଭୁବନେଶ୍ବରର ହୋଟେଲ ମେ' ଫେୟାରରୁ ଏକ ବସ୍ ଯୋଗେ ବିରାଟ ବାହିନୀ ବରବାଟୀ ଷ୍ଟାଡିୟମ୍ ଯାଇ ସେଠାରେ ନେଟ୍ ପ୍ରାକ୍ଟିସ୍ କରିଥିବା ଦେଖିବାକୁ ମିଳିଥିଲା । ପରେ ଇଣ୍ଡିଜ୍ ଟିମ୍ ଷ୍ଟାଡିୟମ୍ କୁ ଯାଇ ଅଭ୍ୟାସ କରିଥିଲା ।

{"id":200632,"sizeSlug":"large"}

ବାରବାଟୀରେ ମ୍ୟାଚ୍ ଦେଖିବା ପାଇଁ ଯେତିକି ଉତ୍ସାହ ତାଠାରୁ ବେଶୀ ଉତ୍ସାହ ଖେଳାଳିଙ୍କୁ ଟିକିଏ ଦେଖିବା ଲାଗି । ଆଉ ସେମାନଙ୍କ ସହ ଫଟୋ ଉଠାଇବା ଲାଗି । ସେଥିପାଇଁ ଷ୍ଟାଡିୟମ୍ ରେ ଫ୍ୟାନ୍ସଙ୍କ ପ୍ରବଳ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା । ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ଫ୍ୟାନ୍ସମାନେ ଷ୍ଟାଡିୟମ୍ ଭିତରେ ଏବଂ ବାହାରେ ଭିଡ ଜମାଇଥିଲେ ।

{"id":200531,"sizeSlug":"large"}

ଇଣ୍ଡିଆ ଟିମ୍ ବାରବାଟୀରେ ଅଭ୍ୟାସ କରିବା ବେଳେ ୩ ପ୍ରମୁଖ ଫ୍ୟାନ୍ ଙ୍କୁ ସେଠାରେ ଦେଖିବାକୁ ମିଳିଥିଲା । ସେମାନେ ହେଲେ ପିଣ୍ଟୁ ବେହେରା, ସୁଧୀର ଏବଂ ଧର୍ମବୀର ପାଲ୍ । ଏମାନେ ଷ୍ଟାଡିୟମ୍ ରେ ଉପସ୍ଥିତ ରହି ଉଭୟ ଇଣ୍ଡିଆ ଏବଂ ଇଣ୍ଡିଜ୍ ପ୍ଲେୟାରମାନଙ୍କୁ ଚିୟର କରିଥିଲେ । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ବଡ ଫ୍ୟାନ୍ ହେଉଛନ୍ତି ପିଣ୍ଟୁ । ସେ ତାଙ୍କ ଛାତି ଏବଂ ପିଠିରେ ବିରାଟଙ୍କ ଟାଟୁ ଆଙ୍କିଛନ୍ତି ।

{"id":200637,"sizeSlug":"large"}

ବିରାଟଙ୍କୁ ଉତ୍ସାହିତ କରିବା ସହ ଭାରତୀୟ ଦଳର ଅନ୍ୟ ଖେଳାଳିଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ ପିଣ୍ଟୁ । ବିରାଟ ଦେଶ ଭିତରେ ଯେଉଁ ସ୍ଥାନକୁ ଖେଳିବାକୁ ଯାଇଥାନ୍ତି, ପିଣ୍ଟୁ ମଧ୍ୟ ସେହି ସ୍ଥାନକୁ ଯାଇଥାନ୍ତି । ବିରାଟଙ୍କ ଚଉକା ଛକା ମାଡରେ ପିଣ୍ଟୁ ସାର୍ଟ ଖୋଲିଦିଅନ୍ତି ଷ୍ଟାଡିୟମରେ । ତେବେ ପିଣ୍ଟୁ ଦେହରେ ଏଭଳି ଟାଟୁ କରି ବିରାଟଙ୍କ ମନ ମଧ୍ୟ ଜିଣି ପାରିଛନ୍ତି।

{"id":200633,"sizeSlug":"large"}

ସେହିପରି ଆଉ ଅନ୍ୟ ଜଣେ ଫେମସ୍ ଫ୍ୟାନ ହେଉଛନ୍ତି ସୁଧୀର । ତାଙ୍କୁ ମଧ୍ୟ ଅଭ୍ୟାସ ବେଳେ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । ସୁଧୀର ତାଙ୍କ ଅନୋଖା ଅନ୍ଦାଜ ପାଇଁ କ୍ୟାମେରା ଲେନସ୍ ଫୋକସରେ ରୁହନ୍ତି । ଗୋଟିଏ ହାତରେ ତ୍ରିରଙ୍ଗା ଏବଂ ଆଉ ଗୋଟିଏ ହାତରେ ଶଙ୍ଖ ଧରି ଟିମ୍ ଇଣ୍ଡିଆର ଉତ୍ସାହ ବଢାଇଥିଲେ ।

{"id":200634,"sizeSlug":"large"}

ସେହପିର ଦିବ୍ୟାଙ୍ଗ ହୋଇ ମଧ୍ୟ ସବୁବେଳେ ଟିମ୍ ଇଣ୍ଡିଆକୁ ସପୋର୍ଟ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରୁହନ୍ତି ଧର୍ମବୀର ପାଲ୍ ।

{"id":200635,"sizeSlug":"large"}

କଡା ସୁରକ୍ଷା ବଳୟ ଭିତରେ ଖେଳାଳିମାନେ ଭୁବନେଶ୍ବରରୁ କଟକ ଯାଇ ଷ୍ଟାଡିୟମ୍ ରେ ପ୍ରାକ୍ଟିସ୍ କରିଛନ୍ତି । ଖେଳାଳିଙ୍କ ସୁରକ୍ଷା ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପାଖାପାଖି ୩ ବର୍ଷ ପରେ ବାରବାବାଟୀରେ ମ୍ୟାଚ୍ ଖେଳାଯାଉଥିବାରୁ ଓଡିଶାର କ୍ରିକେଟ୍ ପ୍ରେମୀଙ୍କ ମନରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.