Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଆଜି ଅମିତାଭଙ୍କ ଜନ୍ମଦିନ : ଓଡିଶାରେ ଫ୍ୟାନ୍ସ କ’ଣ କଲେ ପଢନ୍ତୁ ପୂରା ଖବର

11/10/2019 at 5:18 PM

ଭୁବନେଶ୍ବର ୧୧|୧୦: ବଲିଉଡ୍‌ର ଶେହେନଶାହାଙ୍କ ଆଜି ଜନ୍ମଦିନ । ୭୭ ବର୍ଷ ବୟସରେ ପହଞ୍ଚିଛନ୍ତି ଅମିତାଭ ବଚ୍ଚନ୍‌ । ପ୍ରାୟ ୫୦ ବର୍ଷର ଅଭିନୟ କ୍ୟାରିଅରରେ ଅନେକ ମାଇଲ ଖୁଣ୍ଟ ଛୁଇଁଛନ୍ତି ଅମିତାଭ । ନିକଟରେ ତାଙ୍କୁ ଦାଦା ସାହେବ୍‌ ଫାଲ୍‌କେ ଆୱାର୍ଡ ପାଇଁ ମନୋନିତ କରାଯାଇଛି । ଜନ୍ମ ଦିନରେ ତାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି ଦେଶ ବିଦେଶର ଅଗଣିତ ଫ୍ୟାନ୍‌ ।

ବଲିଉଡ୍‌ର ସେ ମହାନାୟକ । କିଏ ତାଙ୍କୁ କହେ ଶେହେନଶାହା ତ ଆଉ କିଏ କହେ ବିଗ୍ ବି । ସେହି ବିଗ୍ ବିଙ୍କ ଆଜି ଜନ୍ମଦିନ । ୭୭ ବର୍ଷ ବୟସରେ ପହଞ୍ଚିଛନ୍ତି ଅମିତାଭ ବଚ୍ଚନ । ତାଙ୍କ ଜନ୍ମଦିନରେ ଦେଶ ବିଦେଶର ଅଗଣିତ ଫ୍ୟାନ୍ ତାଙ୍କୁ ବିଭିନ୍ନ ଉପାୟରେ ଜଣାଇଛନ୍ତି ଶୁଭେଚ୍ଛା । ଅମିତାଭଙ୍କୁ ଟ୍ବିଟର ଓ ଫେସବୁକ ଭଳି ସୋସିଆଲ୍ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ବହୁ ବଲିଉଡ୍‌ ସେଲିବ୍ରିଟିଙ୍କ ସହ ବହୁ ଅଭିନେତା ଓ ଅଭିନେତ୍ରୀ । ଅମିତାଭ ବି ପ୍ରତିବଦଳରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅମିତାଭଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଓଡ଼ିଶାର ଜଣେ ଫ୍ୟାନ୍‌ । ଏ ହେଉଛନ୍ତି କଟକ ପାଲାମଣ୍ଡପ ନିକଟ କମଳପୁରର ଧନେଶ୍ବର ସେଠୀ । ଅମିତାଭଙ୍କୁ ସେ ଏତ ଭଲ ପାଆନ୍ତି ଯେ ତାଙ୍କ ଫଟୋଟିଏ ଦେଖିଦେଲେ, ତାଙ୍କର ସକଳ କଷ୍ଟ ଦୁର ହେଇଯାଏ ବୋଲି ସେ କୁହନ୍ତି । ଅମିତାଭ୍ ଙ୍କ ପ୍ରଥମ ଫିଲ୍ମଠୁ ଆରମ୍ଭ କରି ,ଫିଲ୍ମ କେବେ ରିଲିଜ୍ ହୋଇଥିଲା ସମସ୍ତ ସୂଚନା କୁ ବଡବଡ ଫ୍ଲେକ୍‌ସ ରେ ପ୍ରିଣ୍ଟ କରି ସାଇତି ରଖିଛନ୍ତି ଧନେଶ୍ବର ।

ଅମିତାଭ୍ ଙ୍କ ବିଭିନ୍ନ ପୋଜ୍ ର ଫଟୋକୁ ଫ୍ରେମିଂ କରିବା ସହ, ସବୁ ଫିଲ୍ମର ପୋଷ୍ଟର କୁ ମଧ୍ୟ ପ୍ରିଣ୍ଟ କରି ଧନେଶ୍ବର ସାଇତି ରଖିଛନ୍ତି । ଅମିତାଭ୍ ଙ୍କ ଜନ୍ମ ଦିନକୁ ପାଳନ କରିବାକୁ ସେ ତାଙ୍କ ଛୋଟ ଦୋକାନରେ ଅମିତାଭ୍ ଙ୍କ ପୋଷ୍ଟର ଓ ଫଟୋରେ ସଜାଇବା ସହ କେକ୍ କାଟିବାର ବ୍ୟବସ୍ଥା କରିଛନ୍ତି ।

ସେପଟେ ପୁରୀ ସମୁଦ୍ର କୂଳରେ ଅମିତାଭଙ୍କ ସ୍ୟାଣ୍ଡ ଆର୍ଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ବିଭିନ୍ନ ରଙ୍ଗ ଦେଇ ଅମିତାଭଙ୍କ ଏକ ବାଲୁକା ଚିତ୍ର ସହ ୭୭ ତମ ଜନ୍ମଦିନର ଶୁଭେଚ୍ଛା ଲେଖିଛନ୍ତି ସୁଦର୍ଶନ ।

   Related Posts