ସଚୀନ୍‌ଙ୍କ ପ୍ରଶଂସକ ସୁଧୀର ବାରବାଟୀରେ କରିବେ ଶଙ୍ଖନାଦ, ଧରମବୀରଙ୍କ ସହ ନଜର ଆସିବେ ଓଡିଶାର ପିଣ୍ଟୁ

Published By : Prameya-News7 Bureau | December 21, 2019 IST

କଟକ  ୨୧।୧୨  ବାରବାଟୀ ବିଜୟ ସହ ସିରିଜ୍ ହାତେଇବା ପାଇଁ ଉଭୟ ଟିମ୍ର ଜୋରଦାର ନେଟ୍ ପ୍ରାକ୍ଟିସ୍ । ସିରିଜରେ ବି ଦେଖିବାକୁ ମିଳିଛି କଡା ଟକ୍କର । ତେଣୁ ନିର୍ଣ୍ଣାୟକ ହେବ କଟକ ମ୍ୟାଚ। ଦର୍ଶକଙ୍କ ଅପେକ୍ଷା ରହିଛି ବଡ ସ୍କୋର ଆଉ ଟିମ ଇଣ୍ଡିଆର ବିଜୟ। ଆଉ ଏହି ଲକ୍ଷ୍ୟରେ କଟକରେ ପହଞ୍ଚିଛନ୍ତି ୩ ଜଣ ବଡ ଇଣ୍ଡିଆନ୍ ଫ୍ୟାନ। ରାଜ୍ୟ ବାହାରୁ ସୁଧୀର ଗୌତମ ଓ ଧରମବୀର ପାଲ ପହଞ୍ଚିଥିବା ବେଳେ କୋହଲିଙ୍କ ବିରାଟ ପ୍ରଶଂସକ ପିଣ୍ଟୁ ବି ପହଞ୍ଚି ସାରିଛନ୍ତି ବାରବାଟୀରେ । ଯେଉଁମାନେ ଆଜି ଦୁଇ ଟିମ୍ ର ପ୍ରାକ୍ସିଟ୍ ବେଳେ ହୋଇଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ।

{"id":200854,"sizeSlug":"large"}

ସୁଧୀରଗୌତମ । ସଚିନ ତେନ୍ଦୁଲକରଙ୍କ ସବୁଠୁ ବଡ ପ୍ରଶଂସକ । ତେନ୍ଦୁଲକର ଅବସର ନେଇସାରିଲେଣି । ହେଲେ ସୁଧୀର କିନ୍ତୁ ଭାରତୀୟ ଟିମ୍କୁ ଚିଅର କରିଆସୁଛନ୍ତି । ପ୍ରତି ମ୍ୟାଚରେ ଦେଖିବାକୁ ମିଳନ୍ତି ଏହି ୩୮ ବର୍ଷୀୟ ବିହାର ବାସିନ୍ଦା। ପ୍ରତି ମ୍ୟାଚରେ ଜାତୀୟ ପତାକା ଓ ଶଙ୍ଖ ଧରି ଷ୍ଟାଡିୟମରେ ରୁହନ୍ତି ସୁଧୀର । ମୁଜାଫରପୁରର ଏହି ୫ ଫୁଟ ୪ ଇଞ୍ଚର ପ୍ରଶଂସକ ଏଥର ଆଶା ରଖିଛନ୍ତି ଟିମ ଇଣ୍ଡିଜ ବାରବାଟୀରେ କମାଲ୍ କରିବ ଓ ସିରିଜ୍ ହାତେଇବ ।

{"id":200855,"sizeSlug":"large"}

ସୁଧୀରଙ୍କ ଭଳି ଟିମ୍ ଇଣ୍ଡିଆର ଆଉ ଜଣେ ବଡ ପ୍ରଶଂସକ ହେଲେ ଧରମବୀର ପାଲ୍। ମଧ୍ୟପ୍ରଦେଶର ଧରମବୀର ଜଣେ ଭିନ୍ନକ୍ଷମ। ହେଲେ ପ୍ରତି ମ୍ୟାଚରେ ଷ୍ଟାଡିୟମରେ ଦେଖିବାକୁ ମିଳନ୍ତି ଧରମବୀର। ପୂର୍ବରୁ ବଲବୟଙ୍କ ସହ ରହୁଥିଲେ ଧରମବୀର। ହେଲେ ଏଥର ଏହି ୨୫ ବର୍ଷୀୟ ଯୁବକଙ୍କୁ ସ୍ବତନ୍ତ୍ର ଆସନରେ ଦେଖିବାକୁ ମିଳିବ।

{"id":200856,"sizeSlug":"large"}

ସୁଧୀର ଓ ଧରମବୀରଙ୍କ ସହ ବଡ ପ୍ରଶଂସକ ତାଲିକାରେ ଏବେ ସ୍ଥାନ ପାଇଲେଣି ଓଡିଶାର ପିଣ୍ଟୁ ବେହେରା। ବିରାଟ କୋହଲୀଙ୍କ ସେ ଜଣେ ବିଗ୍ ଫ୍ୟାନ୍ ।

{"id":200857,"sizeSlug":"large"}

କିଛି ସପ୍ତାହ ତଳେ ବିଶାଖାପାଟ୍ଟଣ୍ରେ କୋହଲୀଙ୍କୁ ଭେଟି ଚର୍ଚ୍ଚାକୁ ଆସିଥିଲେ ପିଣ୍ଟୁ। ପିଣ୍ଟୁଙ୍କ ଦେହ ସାରା କୋହଲିଙ୍କ ଚିତ୍ର ଆଉ ଲେଖା ରହିଛି । ଏଥର ମଧ୍ୟ ନିଜର ହିରୋଙ୍କୁ ଦେଖା କରିବାକୁ ଆସିଛନ୍ତି ବାରବାଟୀ।

{"id":200858,"sizeSlug":"large"}

କ୍ରିକେଟ୍ ସହ ନିଜ ପସନ୍ଦର ଖେଳାଳିଙ୍କ ପ୍ରଶଂସକ ସୁଧୀର, ଧରମବୀର ଓ ପିଣ୍ଟୁ। ନିଜର ଏହି କାମ ପାଇଁ ଚର୍ଚ୍ଚାରେ ରହିବା ସହ ସୃଷ୍ଟି କରିଛନ୍ତି ନିଜର ଫ୍ୟାନ କ୍ଲବ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.