ଆପଣ ଡ୍ରଗ୍ସ ନେଉଛନ୍ତି କି? ଅଭିନେତ୍ରୀ ଯାମୀ ଗୌତମଙ୍କୁ ପ୍ରଶଂସକଙ୍କ ପ୍ରଶ୍ନ : ଜବାବ ଦେଲେ ଏମିତି

Published By : Prameya-News7 Bureau | October 12, 2020 IST

ମୁମ୍ବାଇ ୧୨/୧୦: ଯାମୀ ଏବେ ସୁଦ୍ଧା ଅନେକ ଦମଦାର ଫିଲ୍ମରେ କାମ କରି ସାରିଛନ୍ତି। ଯାମୀ ଛୋଟ ପରଦାରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ,କିନ୍ତୁ ଏବେ ସେ ବଡ଼ ପରଦାରେ ମଧ୍ୟ ଉଭା ହୋଇ ସାରିଛନ୍ତି। ଯାମୀ ଗୌତମଙ୍କ ‘ଗିନ୍ନି ଓ୍ବେଡସ୍ ସନ୍ନି’ ନିକଟରେ ରିଲିଜ ହୋଇଛି। ଏହି ଫିଲ୍ମକୁ ମିଶ୍ରିତ ରିଭ୍ୟୁ ମିଳିଛି। କିନ୍ତୁ ଯାମୀଙ୍କ ପରଫର୍ମାନ୍ସର ମଧ୍ୟ ଖୁବ୍ ତାରିଫ ହେଉଛି।

{"id":342824,"sizeSlug":"large"}

ଯାମୀ ଏହି ଫିଲ୍ମ ରିଲିଜ ହେବା ପରେ ଟ୍ବିଟରରେ ପ୍ରଶଂସକଙ୍କ ପାଇଁ ହ୍ୟାଶଟ୍ୟାଗ୍ ଆସ୍କ ଭାଇଜୀ ସେସନ ରଖିଥିଲେ। ଏଥିରେ ପ୍ରଶଂସକମାନେ ଯାମୀଙ୍କୁ ଅନେକ ଚମତ୍କାର ପ୍ରଶ୍ନ ପଚାରିଥିଲେ। ତାଙ୍କୁ ଡ୍ରଗ୍ସ ନେବା ସମ୍ବନ୍ଧୀୟ ଏକ ପ୍ରଶ୍ନ ପଚରାଯାଇଥିଲା। ଗତ କିଛି ଦିନରୁ ଡ୍ରଗ୍ସ ବ୍ୟବହାର ଉପରେ ଖୁବ୍ ଚର୍ଚ୍ଚା ଚାଲିଛି। ଲୋକଙ୍କ ମତରେ କେତେକ ବଲିଉଡ ଷ୍ଟାର ମଧ୍ୟ ଡ୍ରଗ୍ସ ନିଅନ୍ତି।

{"id":342825,"sizeSlug":"large"}

ଥରେ ପ୍ରଶଂସକ ଯାମୀଙ୍କୁ ପ୍ରଶ୍ନ କରିଥିଲେ ଯେ ସେ ଡ୍ରଗ୍ସ ନିଅନ୍ତି କି? ସେ ପଚାରିଥିଲେ ଯେ ଓପନ ପ୍ଲାଟଫର୍ମରେ ଏପରି ପ୍ରଶ୍ନ ପଚାରିବା ବୋକାମି ହୋଇପାରେ,କିନ୍ତୁ ଯଦି ଆପଣ ଡ୍ରଗ୍ସ ନିଅନ୍ତି ତେବେ ତାଙ୍କ ମନ ଭାଙ୍ଗିଯିବ। ନିଜ ପ୍ରଶଂସକଙ୍କ ପାଇଁ କହି ଦିଅନ୍ତୁ ଯେ ସେ ଡ୍ରଗ୍ସ ନିଅନ୍ତି ନାହିଁ।

{"id":342826,"sizeSlug":"large"}

ଏହାର ଉତ୍ତରରେ ଯାମୀ କହିଥିଲେ ଯେ,‘ସେ ଡ୍ରଗ୍ସ ନିଅନ୍ତି ନାହିଁ,ସେ ଏହାର କଡ଼ା ବିରୋଧ କରନ୍ତି। ଏହି ସେସନରେ ତାଙ୍କର କିଛି ପ୍ରଶଂସକମାନେ ତାଙ୍କ ପ୍ରିୟ ଫିଲ୍ମ ବିଷୟରେ ପଚାରିବାରୁ ୟାମୀ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍ କହିଥିଲେ।

{"id":342827,"sizeSlug":"large"}

ଯାମୀ ,ମହେନ୍ଦ୍ର ସିଂହ ଧୋନି ଏବଂ ରାହୁଲ ଦ୍ରାବିଡ଼ଙ୍କୁ ତାଙ୍କ ପ୍ରିୟ କ୍ରିକେଟର ବୋଲି କହିଥିଲେ। ପାପଡ଼ି ଚାଟକୁ ପ୍ରିୟ ଷ୍ଟ୍ରିଟ୍ ଫୁଡ ବୋଲି କହିଥିଲେ।

{"id":342828,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.