Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଟେଷ୍ଟ ଦେଖିବେ ଦର୍ଶକ, ସରକାର ଜାରି କଲେ ନିର୍ଦ୍ଦେଷ

1/02/2021 at 11:13 AM

ନୂଆଦିଲ୍ଲୀ, ୧/୨: ଭାରତୀୟ କ୍ରିକେଟ୍‌ ଫ୍ୟାନ୍ ଏବଂ ବିଶେଷ କରି ଚେନ୍ନାଇ ଫ୍ୟାନ୍‌ଙ୍କ ପାଇଁ ସରକାର ବଡ଼ ଖୁସି ଖବର ଆଣିଛନ୍ତି । ଏବେ ସେମାନେ ନିରାଶ ହେବେ ନାହିଁ । କାରଣ ଷ୍ଟିଡିୟମ୍‌ ଭିତରେ ବସି ଫେବୃଆରୀ ୫ରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ର ଏବେ ସେମାନେ ମଜା ନେଇପାରିବେ । ହଁ କିନ୍ତୁ ସେମାନେ ପ୍ରଥମ ମ୍ୟାଚ୍‌ ପରେ ହିଁ ଏହି ସୁବିଧା ପାଇପାରିବେ ।

ଭାରତ ସରକାର ନିୟମ ପୁସ୍ତକରେ କିଛି ନିୟମ ପରିବର୍ତ୍ତନ କରିବା ସହ ଏଥି ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଫଳରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟକୁ ଦେଖିବା ପାଇଁ ୫୦ ପ୍ରତିଶତ ଲୋକ ଷ୍ଟାଡିୟମ୍‌କୁ ଯାଇପାରିବେ । ଚେନ୍ନାଇର ଚେପକ୍‌ ଷ୍ଟାଡିୟମ୍‌ର କ୍ଷମତା ଅନୁସାରେ ୫୦ ପ୍ରତିଶତ ଫ୍ୟାନ୍‌ଙ୍କୁ ଏହା ମ୍ୟାଚ୍‌ ଦେଖିବା ପାଇଁ ଅନୁମତି ମିଳିବ ।

ପୂର୍ବରୁ ବିସିସିଆଇ ଏବଂ ଚେନ୍ନାଇ କ୍ରିକେଟ୍‌ ଆସୋସିଏସନ୍‌ ମିଳିତ ଭାବେ ନିର୍ଣ୍ଣୟ ନେଇଥିଲେ ଯେ, ଚେନ୍ନାଇରେ ଦୁଇଟି ଯାକ ମ୍ୟାଚ୍‌ ବିନା ଦର୍ଶକରେ ଅନୁଷ୍ଠିତ ହେବ । କିନ୍ତୁ ଗୃହ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ ପରେ ଦ୍ୱିତୀୟ ମ୍ୟାଚ୍‌ରେ ଦର୍ଶକ ବସିବା ନେଇ ଅନୁମତି ଦିଆଯାଇଛି ।

ଏହି ଗାଇଡ୍‌ଲାଇନ୍‌ ୩୦ ଜାନୁଆରୀରେ ଆସିଥିଲା । ପ୍ରଥମ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୫ରୁ ଆରମ୍ଭ ହେବାକୁ ଥିବାରୁ ଏଥି ପାଇଁ ଦର୍ଶକଙ୍କୁ ଏହି ମ୍ୟାଚ୍‌ରେ ଅନୁମତି ଦିଆଯାଇ ପାରିବନାହିଁ । ତେବେ ଚେପକ୍‌ ଷ୍ଟାଡିୟମ୍‌ର କ୍ଷମତା ୫୦ ହଜାର ଥିବାରୁ ଏହି ଷ୍ଟାଡିୟମ୍‌ରେ ୨୫ ହଜାର ଲୋକଙ୍କୁ ମ୍ୟାଚ୍‌ ଦେଖିବା ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି ।       

   Related Posts