Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀରେ ସମୂଦ୍ରର କରାଳ ରୂପ, ପେଣ୍ଠକଟାରେ ପଶିଲା ପାଣି, ଅଳ୍ପ ସମୟ ମଧ୍ୟରେ ଲ୍ୟାଣ୍ଡଫଲ କରିବ ଫନି

3/05/2019 at 7:53 AM

ଭୁବନେଶ୍ବର୩|୫: ଭୀଷଣ ବାତ୍ୟା ଫନି ତାର ତାଣ୍ଡବ ଲୀଳା ଆରମ୍ଭ କରିଦେଇଛି। ପୂରୀଠୀରୁ ଆଉ ମାତ୍ର ଅଳ୍ପ ଦୂରରେ ରହିଥିବା ଏହି ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ଏବେ ପୁରୀରେ ତାର କରାଳ ରୂପ ଦେଖାଇବା ଆରମ୍ଭ କରିଛି। ସମୁଦ୍ର ଅଶାନ୍ତ ହୋଇ ଜନବସତି ଆଡକୁ ମାଡି ଆସିଛି। ନୋଳିଆସାହି ପେଣ୍ଠକଟା ମଧ୍ୟରେ ପାଣି ପ୍ରବେଶ କରିଛି। ବେଳାରେ ବନ୍ଧାଯାଇଥିବା ଡଙ୍ଗା ସବୁ ଭସାଇନେଇଛି। ଘଣ୍ଟାକୁ ୧୪୦ କିମି ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳ ବର୍ଷା ଲାଗି ରହିଛି।

ଆଉ ଅଳ୍ପ ସମୟ ମଧ୍ୟରେ ଫନି ପୁରୀର ଦକ୍ଷିଣ ପାର୍ଶ୍ୱରେ ସ୍ଥଳ ଭାଗ ଛୁଇଁବ ବୋଲି ଆକଳନ କରାଯାଉଛି। ପୁରୀ ଭିଆଇପି ରୋଡରେ ଗଛ ଭାଙ୍ଗିଯିବା ଯୋଗୁଁ ରାସ୍ତା ଅବରୋଧ ହୋଇଛି। ଘଟଣା ସ୍ଥଳକୁ ଓଡ୍ରଫ ଟିମ୍‌ ପହଞ୍ଚିଛି। ପୁରୀରେ ଗତ କାଲି ଠାରୁ ଆଡି ସକାଳ ୬ଟା ମଧ୍ୟରେ ୯୫ମିମି ବର୍ଷା ରେକର୍ଡ କରାଯାଇଛି। ଅସ୍ତରଙ୍ଗ, ସାତପଡା, ମାଲୁଦ ଆଦି ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ମାଲୁଦ ବଜାରରେ ସତାଧିକ ଦୋକାନର ଛପର ଉଡିଯାଇଛି।

ସମାନ ଘଟଣା ଘଟିଛି ସାତପଡାରେ । ଅସ୍ଥରଙ୍ଗରେ ସମୂଦ୍ର ଜୁଆର କୂଳ ଲଂଘିବାର ଲାଗିଛି। ଆଜି ସକାଳ ୬ଟା ସୁଦ୍ଧା ବ୍ରହ୍ମପୁରରେ ସର୍ବାଧିକ ୧୪୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ୪୫ମିମି, ଚାନ୍ଦବାଲିରେ ୩୧ମିମି, ବାଲେଶ୍ବରରେ ୩୦ ମିମି ଏବଂ ପାରାଦୀପରେ ୨୫ମିମି ବର୍ଷା ରେକର୍ଡ କରାଯାଇଛି।  

   Related Posts