Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁରୀଠାରୁ ୭୦୦କିଲୋମିଟର ଦୂରରେ ‘ଫନି’, କୃଷ୍ଣପ୍ରସାଦ ନିକଟରେ କରିପାରେ ଲ୍ୟାଣ୍ଡଫଲ୍

1/05/2019 at 8:10 AM

ଭୁବନେଶ୍ବର ୧|୫ : ଉଗ୍ର ହେଉଛି ‘ଫନି’ । ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି ବାତ୍ୟା ଫନି । ପୁରୀଠାରୁ ୭୦୦କିଲୋମିଟର ଦୂରରେ ରହିଛି ଫନି । ଘଣ୍ଟାପ୍ରତି ୨୨କିଲୋମିଟର ବେଗରେ ଗତି କରୁଛି । ୩ ତାରିଖ ସନ୍ଧ୍ୟାରେ ପୁରୀ ପାଖାପାଖି ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ପ୍ରଭାବରେ ୨ରୁ ୪ତାରିକ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ପୁରୀ କୃଷ୍ଣପ୍ରସାଦ ଉଦୟଗିରିଠାରେ ଫନି ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ୩ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍ ବେଳେ ୧୮୫ କିମି ବେଗରେ ପବନ ବହିପାରେ । ଆମେରିକୀୟ ସଂସ୍ଥା ଜେଟିଡବ୍ଲୁସି ରିପୋର୍ଟ ଆଧାରରେ ସୂଚନା ଦେଇଛନ୍ତି ଏସଆରସି ।

ଆଜି ମଧ୍ୟାହ୍ନ ପରେ ବାତ୍ୟା ମୋଡ ନେଇ ପୁଣି ଉତ୍ତର-ଉତ୍ତରପୂର୍ବ ଦିଗରେ ବଢି ଓଡ଼ିଶା ଆଡ଼କୁ ମାଡ଼ି ଆସିବ । ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି, ୩ ତାରିଖ ଅପରାହ୍ନ ବେଳକୁ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀର ଦକ୍ଷିଣ ପାର୍ଶ୍ବକୁ ଛୁଇଁବ । ଉପକୂଳରେ ପହଞ୍ଚିଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୭୫ରୁ ୧୮୫ କିମି ରହିବ । ବେଳେବେଳେ ପବନର ବେଗ ୨୦୫ କିଲୋମିଟର ଛୁଇଁପାରେ । ଏହାପରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର, କଟକର ବାଙ୍କୀ, ଢେଙ୍କାନାଳ, ଯାଜପୁର, ମୟୂରଭଂଜ ଦେଇ ପଶ୍ଚିମବଙ୍ଗ ଛୁଇଁବ। ବାତ୍ୟାର ଏଭଳି ଭୟାନକ ଚିତ୍ର ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ୩ ଓ ୪ ତାରିଖ ପାଇଁ ଓଡ଼ିଶାର ୧୭ ଜିଲ୍ଲାରେ ରେର୍ଡ ଆଲର୍ଟ ଜାରି କରିଛନ୍ତି। କୁହାଯାଇଛି  ଯେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତ୍ ସିଂହପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଅର୍ଥାତ୍  ୧୨୦ରୁ ୧୮୦ ମିମି ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜରେ ୨୦୦ ମିମିରୁ ଅଧିକ ବର୍ଷା ହେବାର ଆକଳନ କରାଯାଇଛି। ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ। ଏବେ ସୁଦ୍ଧା ଆକଳନ କରାଯାଉଛି ଯେ ସମୁଦ୍ର ଜୁଆରର ଉଚ୍ଚତା  ଦେଢ଼ ମିଟର ରହିବ। ତାହାକୁ ଦୃଷ୍ଟିରେ ରଖି ସମସ୍ତ ବନ୍ଦରରେ ଦୁଇ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।

   Related Posts