କୋଣାର୍କରେ ଫୋନିର ଆଗୁଆ ତାଣ୍ଡବ: ପ୍ରଚଣ୍ଡ ସମୁଦ୍ର ଗର୍ଜନ ଓ ଜୁଆର ଦେଖି ଆତଙ୍କିତ ପର୍ଯ୍ୟଟକ ଛାଡିଲେ ହୋଟେଲ

Published By : Prameya-News7 Bureau | May 01, 2019 IST

କୋଣାର୍କ୧|୫;  କୋଣାର୍କ ବାତ୍ୟା ଫୋନିକୁ ନେଇ ଆତଙ୍କ ଦେଖାହଦେଇଛି ପର୍ଯ୍ୟଟକଙ୍କ ଭିତରେରେ l ବହୁ ଆଶା ନେଇ କୋଣାର୍କ ବୁଲିବାକୁ ଆସିଥିଲେ ପର୍ଯ୍ୟଟକମାନେ ।ଆଜି ଅପରାହ୍ନରେ ଚନ୍ଦ୍ରଭାଗା ସମୁଦ୍ରରେ ପ୍ରଚଣ୍ଡ ଗର୍ଜନ ସାଙ୍ଗକୁ ବଡ ବଡ ଜୁଆର ପର୍ଯ୍ୟଟକ, ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି ।

{"id":109688}

    ସମୁଦ୍ର ଅଶାନ୍ତ ଯୋଗୁଁ ଓ ଡାକ ବାଜି ଯନ୍ତ୍ର ଦ୍ବାରା କୋଣାର୍କ ଛାଡିବାକୁ ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଛି । ଫଳରେ ଆତଙ୍କିତ ଓ ନିରାଶ ହୋଇ ପର୍ଯ୍ୟଟକମାନେ କୋଣାର୍କ ହୋଟେଲ ଓ ଲଜ ଛାଡିବାକୁ ବାଧ୍ୟ ହେଉଛନ୍ତି lଏପଟେ ବେଳାମାର୍ଗରୁ ଦୋକାନୀ ମାନେ ନିଜ ଜିନିଷ କୁ ନେଇ ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି l

{"id":109689}

ସମୁଦ୍ରର ବଡ ବଡ ଦେଉ ଓ ଗର୍ଜନରେ କୋଣାର୍କରେ ଭୟର ବାତାବରଣ ସୃଷ୍ଟି ହୋଇଛି, ସମୁଦ୍ର ଲହଡି ପ୍ରୋଟେକ୍ସନ ୱାଲକୁ ଛୁଇଁଛି । ୧୯୯୯ମହାବାତ୍ୟା ପରେ ଏହି ପ୍ରୋଟେକ୍ସନ ୱାଲ ନିର୍ମାଣ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.