Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀମନ୍ଦିର ବେଢାର କଳ୍ପବଟକୁ ବି ଉଜାଡି ଦେଲା ବାତ୍ୟା ଫୋନି, ମହାପ୍ରଳୟ କାଳରେ ବଟପତ୍ରଶାୟୀ ବିଷ୍ଣୁ ବାଳମୁକୁନ୍ଦଙ୍କୁ ଦର୍ଶନ କରିଥିଲେ ମହାମୁନୀ ମାର୍କଣ୍ଡେୟ

10/05/2019 at 8:18 PM

ପୁରୀ୧୦\୫: ପୁରୀ କଳ୍ପବଟ ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଲକ୍ଷ ଲକ୍ଷ ଭକ୍ତଙ୍କ ବିଶ୍ବାସ। ଏଇଠି କୁଆଡ଼େ ଡୋରି ବାନ୍ଧିଲେ ସବୁ କଳ୍ପ ପୂରା ହୁଏ ସବୁ ଆଶା ପୂର୍ଣ୍ଣକରନ୍ତି କରୁଣାମୟ ଶ୍ରୀଜଗନ୍ନାଥ। କାହିଁ କେଉଁକାଳୁ ନିଳକନ୍ଦରରେ ଠିଆ ହୋଇଛି ଏହି କଳ୍ପବଟ। ବିଶ୍ବାସ କରାଯାଏ ଏ ବୃକ୍ଷ ସତ୍ୟ ଯୁଗର।  ବିଶ୍ବାସ କରାଯାଏ ଏଥିରେ ମାନସିକ କରି ଗୋଡ଼ିଟିଏ ବାନ୍ଧି ଦେଲେ ନିଶ୍ଚୟ ମନବାଞ୍ଝା ପୂର୍ଣ୍ଣ ହୁଏ। ତେବେ କଣ ଏହି ମନବାଞ୍ଛା ପୂର୍ଣ୍ଣ କରିବାର ବୋଝ ଆଉ ସହିପାରିଲାନି କଳ୍ପବଟ। କଣ ବନ୍ଧା ହୋଇଥିବା ଲକ୍ଷ ଲକ୍ଷ ଗୋଡ଼ି ସୂତାର ବୋଝକୁ ଆଉ ସହିପାରିଲାନି ଏହି ସତ୍ୟବଟ। ନହେଲେ କାହିଁକି ଆଜି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ରୂପକୁ ଧାରଣ କରୁଥିବା ଏହି ବଟବୃକ୍ଷ ନିଜେ ଶାଖାଝଡ଼ା ଦେଲା?

ବିଶ୍ବାସ କରାଯାଏ ମହାପ୍ରଳୟ କାଳରେ ମଧ୍ୟ ଏ ବୃକ୍ଷର କିଛି କ୍ଷତି ହୁଏନାହିଁ। ସାତତାଳ ଜଳରେ ଧରାବୁଡ଼ିଥିବା ବେଳେ ଏ ବୃକ୍ଷ ହିଁ ମୁଣ୍ଡଟେକି ରହିଥାଏ। ଯାହାର ପତ୍ର ଉପରେ ବଟପତ୍ରଶାୟୀ ବିଷ୍ଣୁ ଶୟନ କରିଥାନ୍ତି। ଆଜି ଏ ବୃକ୍ଷର ଅବସ୍ଥାକୁ ଦେଖିଲେ ଯେ କେହି ବି ମନରେ ଭାବିବ ବର୍ଷ ବର୍ଷର ବିଶ୍ବାସ, କଣ ଭୁଶୁଡ଼ି ପଡ଼ିଛି। ନା କଳିକାଳର ମଣିଷର ଆଚରଣ ଏ ଦେବବୃକ୍ଷକୁ ଏପରି ଛାରଖାର କରିଦେଇଛି।

ଲୋକଙ୍କ ମନରେ ଅନେକ ପ୍ରଶ୍ପ। ଯେଉଁ ବଟ ଡାଳରେ ମହାମୁନି ମାର୍କଣ୍ଡେୟ ମହାପ୍ରଳୟ କାଳରେ ବଟପତ୍ର ଶାୟୀ ବିଷ୍ଣୁ ବାଳମୁକୁନ୍ଦଙ୍କୁ ଦର୍ଶନ କରିଥିଲେ, ଆଜି ଏ ବୃକ୍ଷର ଅବସ୍ଥା କାହିଁକି ଏପରି। ଯେଉଁ ବୃକ୍ଷକୁ ବିପଦଆପଦରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରାଯାଏ। ଯେଉଁ ବୃକ୍ଷ ଯୁଗଯୁଗ ଧରି ଲକ୍ଷ ଲକ୍ଷ ଭକ୍ତଙ୍କୁ ବିପଦଆପଦରେ ସୁରକ୍ଷା ଦେଇ ଆସିଛି ଆଜି ସେହି ବୃକ୍ଷ ନିଜେ ନିଜକୁ ଏକ ବାତ୍ୟ ମୁଖରୁ ରକ୍ଷା ନ କରିପାରିଲା କିପରି।

   Related Posts