Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଫୋନି ଉଜାଡିଦେଲା ପରିବେଶ : ମେରାଇନ୍ ଡ୍ରାଇଭ୍ ଓ କୋଣାର୍କ ସୂର୍ଯ୍ୟମନ୍ଦିର ଆଖପାଖ ଅଞ୍ଚଳ ପାଲଟିଛି ମରୁଭୂମୀ, ମନ୍ଦିର ଫାଟକରେ ତାଲା, ପର୍ଯ୍ୟଟକ ନିରାଶ

8/05/2019 at 2:20 PM

କୋଣାର୍କ ୮|୫: ବାତ୍ୟା ଫୋନିରେ ଉଜୁଡି ଯାଇଛି ମେରାଇନ ଡ୍ରାଇଭ ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ଆଖପାଖ ଅଞ୍ଚଳର ପରିବେଶ । ମେରାଇନ ଡ୍ରାଇଭ ପୂରା ମରୁଭୂମି ପାଲଟିଯାଇଛି । ଏହାମଧ୍ୟରେ ଥିବା ଜୀବଜନ୍ତୁ କୁଆଡ଼େ ଗଲେ ତାର କୌଣସି ପତ୍ତାମିଳୁନି । ସେପଟେ ଫୋନି ପ୍ରଭାବରେ ଛିନଛତ୍ର ହୋଇଯାଇଥିବା ସୂର୍ଯ୍ୟମନ୍ଦିର ଫାଟକରେ ତାଲା ଝୁଲୁଥିବାରୁ ବାହାରୁ ଆସୁଥିବା ପର୍ଯ୍ୟଟକ ନିରାଶ ହୋଇଫେରୁଛନ୍ତି ।  

ଫୋନିର ଆଁରେ ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ଏବଂ ତାର ଆଖପାଖ ଅଞ୍ଚଳ ଛିନଛତ୍ର । ମନ୍ଦିର ଚାରିପାଖେ ଥିବା ବଡ଼ବଡ଼ ଗଛସବୁ ମାଟିରେ ମିଶିଯାଇଛି । ସବୁଦିନ ଗହଳ ଚହଳ ଲାଗୁଥିବା କୋଣାର୍କ ମନ୍ଦିର ପରିସର ଏବେ ଖାଁ ଖାଁ । ଫାଟକରେ ଝୁଲୁଛି ତାଲା। ଯେଉଁ କିଛି ପର୍ଯ୍ୟଟକ ବାହାର ରାଜ୍ୟରୁ ଚାଲିଆସୁଛନ୍ତି ମନ୍ଦିର ପରିସରକୁ ପ୍ରବେଶ ନକରି ମନଦୁଃଖରେ ଫେରୁଛନ୍ତି । ମନ୍ଦିର ନିକଟରେ ଥିବା ଦୋକାନ ଗୁଡ଼ିକ ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି ।

ଆଉ ଏ ହେଉଛି ମେରାଇନ ଡ୍ରାଇଭର ଚିତ୍ର । ନିଜ ଆଖିରେ ନଦେଖିଲେ ବିଶ୍ବାସ କରିପାରିବେନି। ପୂରା ଅଞ୍ଚଳ ମରୁଭୂମି ପାଲଟି ଯାଇଛି । ଦିନେ ସବୁଜିମାରେ ଭରପୁର ଥିଲା ଏହି ଅଞ୍ଚଳ । ନାନା ପ୍ରଜାତିର ପଶୁପକ୍ଷୀଙ୍କ କାକଳୀରେ ସାରା ଅଞ୍ଚଳ ଫାଟି ପଡୁଥିଲା । ହେଲେ ବାତ୍ୟା ଫୋନି ସବୁକିଛି ଉଜାଡ଼ି ଦେଇଛି । ସମୁଦ୍ରକୂଳରେ ଥିବା ସବୁ ଗଛକୁ ମୋଡ଼ିମକଚି ମାଟିରେ ମିଶାଇଦେଇଛି । ଆଉ ଏହା ମଧ୍ୟରେ ଥିବା ଜୀବଜନ୍ତୁ କୁଆଡ଼େ ଗଲେ କିଛି ପତ୍ତା ମିଳୁନି । ବିଶେଷକରି, ହଜାର ହଜାର ସଂଖ୍ୟାରେ ହରିଣ ଏଠାରେ ଥିଲେ । ଚାରିଦିନ ପରେ କେବଳ ଉତ୍କଟ ଗନ୍ଧ ବାହାରକୁ ଆସୁଛି ।

ମେରାଇନ ଡ୍ରାଇଭର ପ୍ରାକୃତିକ ଶୋଭା ସହ ସୂର୍ଯ୍ୟମନ୍ଦିରର ଅଦଭୂତ କାରିଗରୀ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଏଠାକୁ ଟାଣିଆଣୁଥିଲା । ପୂର୍ବଭଳି ମନ୍ଦିର ସେମିତି ଛିଡ଼ା ହୋଇଛି, ହେଲେ ଏହା ଚାରିପାଖର ସୌନ୍ଦର୍ଯ୍ୟ ମାଟିରେ ମିଶିଯାଇଛି, ଯାହାକୁ ସଜାଡ଼ିବା ପାଇଁ ହୁଏତ ଆହୁରି କିଛି ବର୍ଷ ଲାଗିଯିବ।ସେପଟେ କୋଣାର୍କ ନିକଟ ଗାଁ ଗଣ୍ଡା ସହ ଚନ୍ଦ୍ରଭାଗା କୂଳରେ ଥିବା ନୋଳିଆ ସାହି ବସ୍ତି ମଧ୍ୟ ପ୍ରଭାବିତ ହୋଇଛି । ଅନେକଙ୍କ ପେଟପାଟଣା, ଜୀବନଜୀବିକାର ସାଧନ ଛଡ଼ାଇ ନେଇଛି ଫୋନି ।

   Related Posts