ପୁରୀଠାରୁ ୭୦କିଲୋମିଟର ଏବଂ ଗୋପାଳପୁରଠାରୁ ୪୫ କି.ମି ଦୂରରେ ଫୋନି, ପୁରୀ ଦକ୍ଷିଣରେ କରିବ ଲ୍ୟାଣ୍ଡଫଲ, ଘଣ୍ଟାକୁ ୧୦୦କ.ମି ବେଗରେ ବହୁଛି ପବନ, ବର୍ଷା ଜାରୀ

Published By : Prameya-News7 Bureau | May 03, 2019 IST

ଭୁବନେଶ୍ବର୩|୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଫୋନି' ଏବେ ଅତି ଭୀଷଣ ଚକ୍ରବାତର ରୂପ ନେଇ ସାରିଛି । ଏବେ ଏହା ପୁରୀଠାରୁ ୭୦ କିଲୋମିଟର ଏବଂ ଗୋପାଳପୁରଠାରୁ ୪୫ କିଲୋମିଟର ଦୂରରେ ରହିଛି । ଉତ୍ତର-ଉତ୍ତରପୂର୍ବ ଦିଗରେ ଘଣ୍ଟାପ୍ରତି୨୦ କିଲୋମିଟର ବେଗରେ ଓଡିଶାମୁହାଁ ହେଉଛି 'ଫୋନି' ।

{"id":110133}

ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀର ଦକ୍ଷିଣଭାଗରେ ଫୋନି ସ୍ଥଳଭାଗ ଛୁଇଁବ । ବର୍ତ୍ତମାନ ଗୋପାଳପୁର ଏବଂ ପୁରୀରେ ଘଣ୍ଟାକୁ ୧୦୦କିଲୋମିଟରରୁ ଅଧିକ ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାରେ ଲାଗିଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା , ଦଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ଅପେକ୍ଷାକୃତ ଅଧିକ ପବନ ଓ ବର୍ଷା ହେବାରେ ଲାଗିଛି ।

{"id":110134}

ପୁରୀ ସମୁଦ୍ରରେ ବଡ ବଡ ଜୁଆର ଆସିବା ସହ ସମୁଦ୍ର ଆଗକୁ ବଢିବାରେ ଲାଗିଛି । ପୁରୀ ପେଣ୍ଠକଟାରେ ପରିସ୍ଥିତି ଭୟାନକ ରହିଛି । ଡଂଗା ସବୁ ସମୁଦ୍ରରେ ଭାସି ଯାଇଛି । ସମାନ ଅବସ୍ଥା ସୃଷ୍ଟି ହୋଇଛି ଅସ୍ତରଙ୍ଗରେ । ଫନୀ ତାର ତାଣ୍ଡବଲୀଳା ଆରମ୍ଭ କରିସାରିଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପରିସ୍ଥିତି ସଂଗୀନ ରହ;ଛି । ବର୍ଷା ଓ ବବନ ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.