ଲାଞ୍ଚ ନେଇ ଗିରଫ ହେଲେ ଫାଣ୍ଡି ଅଧିକାରୀ
27/01/2021 at 10:13 PM

ରାଇରଙ୍ଗପୁର୨୭/୧: ଆଇନ ରକ୍ଷକ ହାତରେ ହାତକଡୀ। ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଧିନ ଝରାଡ଼ିହି ଫାଣ୍ଡିରେ ଏପରି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଫାଣ୍ଡି ଅଧିକାରୀ ଏସଆଇ ସତ୍ୟବାନ ଗିରି ଝରାଡ଼ିହିର ଜଣେ ସରକାରୀ ଦେଶୀ ମଦ ବ୍ୟବସାୟୀଙ୍କୁ ଧମକ ଦେଇ ଅର୍ଥ ଆଦାୟ କରୁଥିଲେ। ବ୍ୟବସାୟୀ ଜଣଙ୍କ ପୁଲିସ ବାବୁଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିବା ସହ ଫାଣ୍ଡି ଓ ତାଙ୍କ ବାସଭବନରେ ଚଢ଼ାଉ ଜାରି ରଖିଥିବା ସୂଚନା ହସ୍ତଗତ ହୋଇଛି।
Related Posts
ବେଆଇନ ଲଘୁଖଣିଜ ପରିବହନ ବେଳେ ଭିଜିଲାନ୍ସ ରେଡ୍, ହାଇୱା ଓ ଟ୍ରକ ଜବତ
25 February 2021
ପଡୋଶୀକୁ ମାରି ବାହାର କରିଦେଲା ହାର୍ଟ: ଆଳୁ ସହ ରୋଷେଇ କରି ଘରଲୋକଙ୍କୁ ଖୁଆଇଲା
24 February 2021