ଭଦ୍ରକ: ଫାଣ୍ଡିକୁ ମିଳିଲା ଥାନାର ମାନ୍ୟତା, ଭିଡିଓ କନ୍‌ଫରେନ୍ସିଂରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 30, 2020 IST

ଭଦ୍ରକ୩୦/୧୨: ଦୀର୍ଘଦିନ ଧରି ଫାଣ୍ଡିରେ କାର୍ଯ୍ୟ ଚାଲିଥିଲା। ଏହି ଫାଣ୍ଡିକୁ ଥାନାର ମାନ୍ୟତା ଦିଆଯାଇଛି। ଭଦ୍ରକ ଜିଲ୍ଲାର ଥିବା ସାବରଙ୍ଗ ଫାଣ୍ଡିକୁ ଥାନା ମାନ୍ୟତା ପାଇଛି। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧିନରେ ସାବରଙ୍ଗ ଫାଣ୍ଡିରେ କାର୍ଯ୍ୟ ଚାଲିଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସଂ ଜରିଆରେ ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନୀ ଉତ୍ସବରେ ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ, ଭଦ୍ରକ ସାଂସଦ, ବିଧାୟକଙ୍କ ସହ ବହୁ ପୋଲିସ ଅଧିକାରୀ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲାର ୨ଟି ଫାଣ୍ଡିକୁ ଥାନାର ମାନ୍ୟତା ମିଳିଛି। ଚାନ୍ଦବାଲି ଅଞ୍ଚଳର ପିରାହାଟ ଫାଣ୍ଡି ଓ ସାବରଙ୍ଗ ଫାଣ୍ଡିକୁ ଥାନାର ମାନ୍ୟତା ମିଳିଛି। ତେବେ ଦୀର୍ଘଦିନ ଧରି ସ୍ଥାନୀୟ ଲୋକେ ଥାନାର ମାନ୍ୟତା ପାଇଁ ଦାବି କରି ଆସୁଥିଲେ। ଫାଣ୍ଡିରୁ ଥାନାର ମାନ୍ୟତା ପାଇବା ପରେ ଶ୍ରୀମତୀ ମମତା ସାହୁ ଥାନାଧିକାରିଣୀ ଭାବେ ଯୋଗ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.