କରିସ୍ମା କପୁରଙ୍କ ପାଇଁ ଫ୍ୟାନ୍ ପ୍ରସ୍ତୁତ କଲେ ଭିଡିଓ, ଅଭିନେତ୍ରୀ କହିଲେ-ଚମତ୍କାର କଳାକୃତି

Published By : Prameya-News7 Bureau | May 24, 2021 IST

ନୂଆଦିଲ୍ଲୀ ୨୪/୦୫:ବଲିଉଡ ଅଭିନେତ୍ରୀ କରିସ୍ମା କପୁର ୯୦ ଦଶକର ହିଟ୍ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ସେ ଇଣ୍ଡଷ୍ଟ୍ରିକୁ  ଏକରୁ ଅଧିକ ହିଟ୍ ଫିଲ୍ମ ଦେଇଛନ୍ତି। ସେ ନିଜର ସୌନ୍ଦର୍ଯ୍ୟ ତଥା ପ୍ରଦର୍ଶନ ସହିତ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ଆଜି ବି କରିସ୍ମାଙ୍କ ଫ୍ୟାନ୍ସଙ୍କ ଅଭାବ ନାହିଁ। ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି ।

wp:html
/wp:html

ପ୍ରକୃତରେ କରିସ୍ମା କପୁର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କ ଫ୍ୟାନ୍ସଙ୍କ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ପ୍ରକୃତରେ ପ୍ରଶଂସା ଯୋଗ୍ୟ । ଯେଉଁଥିପାଇଁ କରିସ୍ମା ନିଜକୁ ଏହି ଭିଡିଓ ପୋଷ୍ଟ କରିବାକୁ ଅଟକାଇ ପାରିନଥିଲେ। ସେୟାର ହୋଇଥିବା ଏହି ଭିଡିଓରେ ଅଭିନେତ୍ରୀଙ୍କ ଫ୍ୟାନ୍ସ କଠିନ ପରିଶ୍ରମ କରିଛନ୍ତି। ଯେଉଁଥିରେ ସେ କରିସ୍ମା କପୁରଙ୍କ ଫିଲ୍ମର ସମସ୍ତ ଲୁକ୍ ଦେଖାଇଛନ୍ତି।

ଏହା ଏକ ଏଡିଟିଙ୍ଗ୍ ଭିଡିଓ । ଏହି ଭିଡିଓରେ କରିସ୍ମାଙ୍କ 'ଜାନୱର', 'ରକ୍ଷକ', 'ସାଜନ ଚଲେ ସସୁରାଲ', 'ଏକ ରିସ୍ତା' ଏବଂ 'ରାଜା ହିନ୍ଦୁସ୍ତାନୀ' ଭଳି ଫିଲ୍ମର ହେୟାର ଷ୍ଟାଇଲ ଏବଂ ଲୁକ୍ ଭିଡିଓ ମାଧ୍ୟମରେ ଦେଖାଯାଇଛି। ପ୍ରତ୍ୟେକ ଲୁକ୍ ସହିତ ସେହି ଫିଲ୍ମର ଗୀତ ମଧ୍ୟ ଏହି ଭିଡିଓରେ ପ୍ଲେ ହୋଇଛି । ଏହି ଭିଡିଓ କରିସ୍ମାଙ୍କୁ ଖୁବ୍ ପସନ୍ଦ ଆସୁଛି ।

ଏହି ଭିଡିଓ ସେୟାର କରି କରିସ୍ମା କପୁର କ୍ୟାପସନରେ ଲେଖିଛନ୍ତି, 'ଜଣେ ଫ୍ୟାନ୍ସଙ୍କ ଦ୍ୱାରା ତିଆରି ହୋଇଥିବା ଚମତ୍କାର କଳାକୃତି, ମୁଁ ଭାବିଲି ଏହାକୁ ଆପଣ ସମସ୍ତଙ୍କ ସହ ସେୟାର କରିବା ଉଚିତ୍, ଆଶା କରୁଛି ଏହା ଟିକେ ଉତ୍ସାହ ବଢାଇବ .. ଏହି ସମୟରେ ଆପଣ ସମସ୍ତଙ୍କୁ ଭଲପାଇବା ଏବଂ ସକରାତ୍ମକ ଶକ୍ତି ପଠାଉଛି .. ସୁରକ୍ଷିତ ରୁହନ୍ତୁ, ଘରେ ରୁହନ୍ତୁ ଏବଂ ସର୍ବଦା ଭରସା ରଖନ୍ତୁ । ଫ୍ୟାନ୍ସମାନେ ଏହି ଭିଡିଓ ଉପରେ କ୍ରମାଗତ ଭାବରେ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.