SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି

Published By : Prameya-News7 Bureau | March 08, 2021 IST

କଟକ ୮।୩: କଟକ ବଡ ମେଡିକାଲରେ ରୋଗୀଙ୍କ ଉପରେ ଖସି ପଡିଲା ଫ୍ୟାନ୍‌ । ଏସସିବିରେ ମହିଳା ରୋଗୀଙ୍କ ଉପରେ ଫ୍ୟାନ୍‌ ଛିଡ଼ି ପଡ଼ିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କଟକ ବଡ ମେଡିକାଲର ସର୍ଜରୀ ବିଭାଗର ୨ ମହଲାରେ ଚିକିତ୍ସିତ ହେଉଥିବା ମହିଳା ରୋଗୀଙ୍କ ଉପରେ ଫ୍ୟାନ୍ ଖସିପଡିଛି । ଫ୍ୟାନ୍ ଚାଲୁଥିବା ସମୟରେ ଖସିପଡିଥିଲା । ମହିଳା ରୋଗୀ ଜଣଙ୍କ ଗୁରୁତର ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ମହିଳା ଜଣଙ୍କ ଯାଜପୁରର ସୌଦାମିନି ପାଣିଗ୍ରାହୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.