Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପ୍ରସିଦ୍ଧ ସିତାର ବାଦକ ଦେବୁ ଚୌଧୁରୀଙ୍କ ପରେ ପୁଅ ପ୍ରତୀକଙ୍କ ଦେହାନ୍ତ, କରୋନା ସଂକ୍ରମଣରେ ଚାଲିଗଲା ଜୀବନ

7/05/2021 at 1:21 PM

ନୂଆଦିଲ୍ଲୀ ୭।୫: କରୋନା ମହାମାରୀ ସମୟରେ ଫିଲ୍ମ, ଟିଭି ଏବଂ ମ୍ୟୁଜିକ ଇଣ୍ଡଷ୍ଟ୍ରିରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଶୁଣିବାକୁ ମିଳୁଛି । କରୋନା ଭାଇରସ୍ ଯୋଗୁଁ ଅନେକ ଲୋକ ନିଜ ଜୀବନ ହରାଉଛନ୍ତି । ଖବର ଅନୁସାରେ ପ୍ରସିଦ୍ଧ ସିତାର ବାଦକ ପ୍ରଫେସର ପ୍ରତୀକ ଚୌଧୁରୀଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ଭୋର ୨ଟା ୩୦ମିନିଟ୍ ରେ ପ୍ରତୀକ ଚୌଧୁରୀ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । କୁହାଯାଉଛି ଯେ, କରୋନା ଯୋଗୁଁ ପ୍ରତୀକ ଚୌଧୁରୀଙ୍କ ଦେହାନ୍ତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, କିଛ ଦିନ ତଳେ ତାଙ୍କ ବାପା ପ୍ରସିଦ୍ଧ ସିତାର ବାଦକ ପଣ୍ଡିତ ଦେବୁ ଚୌଧୁରୀଙ୍କର କରୋନା ସଂକ୍ରମିତ ହେବା ଯୋଗୁଁ ଦେହାନ୍ତ ହୋଇଥିଲା ।

ସୋସିଆଲ ମିଡିଆରେ ଫ୍ୟାନ୍ସ ପ୍ରଫେସର ପ୍ରତୀକ ଚୌଧୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବାର ଦେଖିବାକୁ ମିଳିଛି । ତାଙ୍କର ଜଣେ ବନ୍ଧୁ ଲେଖିଛନ୍ତି ଯେ, ‘ଦୁଃଖର ସହ କହିବାକୁ ପଡୁଛି ଯେ ମୋର ଘନିଷ୍ଠ ବନ୍ଧୁ ଏବଂ ସହଯୋଗୀ ପ୍ରଫେସର ପ୍ରତୀକ ଚୌଧୁରୀଙ୍କ ଦେହାନ୍ତ ହୋଇଛି । ଶୁକ୍ରବାର ଭୋର ୨ଟା ୩୦ମିନିଟ୍ ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କରୋନା ଭାଇରସ୍ ଯୋଗୁଁ ତାଙ୍କର ପରଲୋକ ଘଟିଛି । କିଛି ଦିନ ତଳେ ତାଙ୍କ ବାପା ପଣ୍ଡିତ ଦେବୁ ଚୌଧୁରୀ କରୋନାରେ ପ୍ରାଣ ହରାଇଥିଲେ । ପ୍ରଭୁ ତାଙ୍କ ଆତ୍ମାକୁ ଶାନ୍ତି ଏବଂ ତାଙ୍କ ପରିବାରକୁ ସାହାସ ଦିଅନ୍ତୁ । ଏହା ବହୁତ ବଡ କ୍ଷତି । ଓମ୍ ଶାନ୍ତି ଶାନ୍ତି ଶାନ୍ତି ।’

   Related Posts