'ବୁଲାତି ହେ ମଗର ଯାନେ କା ନେହିଁ': ପ୍ରସିଦ୍ଧ ସାୟର ରାହତ ଇନ୍ଦୋରୀଙ୍କ କରୋନାରେ ନିଧନ

Published By : Prameya-News7 Bureau | August 11, 2020 IST

ଇନ୍ଦୋର ୧୧।୦୮: ‘ବୁଲାତି ହେ ମଗର ଯାନେ କା ନେହିଁ’ ହେଲେ ଆର ପାରିକୁ ଚାଲିଗଲେ ପ୍ରସିଦ୍ଧ ସାୟର ରାହତ ଇନ୍ଦୋରୀ। କରୋନାରେ ଇନ୍ଦୋରୀଙ୍କ ପରଲୋକ ଘଟିଛି। ରାହତ ଇନ୍ଦୋରୀ କରୋନା ସଂକ୍ରମିତ ହେବା ପରେ ଇନ୍ଦୋରର ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ତାଙ୍କ ନିଧନରେ ପୁରା ରାଜ୍ୟରେ ଶୋକର ଲହରି ଖେଳି ଯାଇଛି। ରାଜ୍ୟର ସମସ୍ତ ନେତା ତାଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି।

wp:html /wp:html

ରାହତ ଇନ୍ଦୋରୀ କୋଭିଡ୍-୧୯ ଚିହ୍ନଟ ହେବା ପରେ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ସେ ସାମାଜିକ ଗଣମାଧ୍ୟମରେ ନିଜେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ। ରାହତ ଇନ୍ଦୋରୀ ପୂର୍ବରୁ ବହୁବିଧ ରୋଗରେ ପୀଡିତ ଥିଲେ। ସେ ମଧୁମେହ ଓ ହୃଦ ସମ୍ବନ୍ଧିତ ସ୍ଵାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ।  

ଅରବିନ୍ଦ ହସ୍ପିଟାଲର ଡାକ୍ତର ବିନୋଦ ଭଣ୍ଡାରୀ କହିଛନ୍ତି ହସ୍ପିଟାଲରେ ଭର୍ତ୍ତି ହେବା ପରେ ଦୁଇ ଥର ଇନ୍ଦୋରୀଙ୍କ ହୃଦଘାତ ହୋଇଥିଲା। ଏହା ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ବିଗିଡିବାରେ ଲାଗିଥିଲା। ଆମେ ଶତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇ ପାରିଲୁ ନାହିଁ। ତାଙ୍କୁ ୬୦ ପ୍ରତିଶତ ନିମୋନିଆ ହୋଇଥିଲା।

wp:html /wp:html

ସୂଚନାଯୋଗ୍ୟ ଡ. ରାହତ ଇନ୍ଦୋରୀ ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ସକାଳେ ସେ ଟ୍ଵିଟ୍ କରି କହିଥିଲେ, କୋଭିଡ୍‌ର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ମିଳିବା ପରେ କାଲି ମୋର କରୋନା ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ୍ ଆସିଛି। ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଛି, ଦୁଆ କରନ୍ତୁ ଯେତେ ଶୀଘ୍ର ଏହି ରୋଗକୁ ହରାଇ ପାରିବି।

ଶିବରାଜ ସିଂହଙ୍କ ଶୋକ ପ୍ରକଟ

wp:html /wp:html

ରାହତ ଇନ୍ଦୋରୀଙ୍କ ନିଧନରେ ପୂରା ମଧ୍ୟ ପ୍ରଦେଶରେ ଶୋକର ଲହରି ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଟ୍ଵିଟ୍ କରି ଦୁଃଖ ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ନିଜ ସାଏରିରେ ଲକ୍ଷ-କୋଟି ଲୋକଙ୍କ ହୃଦୟରେ ରାଜ କରୁଥିବା ପ୍ରସିଦ୍ଧ ଶାୟର ହରଦିଲ ଅଜିଜ ରାହତ ଇନ୍ଦୋରୀଙ୍କ ପରଲୋକରେ ମଧ୍ୟ ପ୍ରଦେଶ ଓ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ମୁଁ ଈଶ୍ଵରଙ୍କୁ ପ୍ରାର୍ଥନା କରୁଛି ତାଙ୍କ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିଜନ ଓ ପ୍ରଶଂସକଙ୍କୁ ଏହି ଦୁଃଖ ସହ୍ୟ କରିବାକୁ ଶକ୍ତି ଦିଅନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.