Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବିଶ୍ୱ ପ୍ରସିଦ୍ଧ ଓଁକାରେଶ୍ୱର ମନ୍ଦିର ହୁଣ୍ଡି ଚୋରି: ତଦନ୍ତ ନିର୍ଦେଶ ଦେଲେ ଜିଲ୍ଲା ଅଧିକାରୀ, କଡା ସୁରକ୍ଷା ସତ୍ତ୍ୱେ ଚୋରିକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ

2/02/2021 at 12:33 PM

ଖଣ୍ଡବା ୦୨/୦୨ : ସରକାରଙ୍କ ଶତ ଚେଷ୍ଟା ସତ୍ତ୍ୱେ ମଧ୍ୟ ପ୍ରଦେଶରେ ଅପରାଧ ଥମିବାର ନାଁ ନେଉନାହିଁ। ଦୁଷ୍କର୍ମ, ଲୁଟ, ଚୋରି, ବିଷାକ୍ତ ମଦ ଭଳି ଅପରାଧ ବଢ଼ିବାରେ ଲାଗିଛି। ସାଧାରଣ ଜନତାଙ୍କ କଥା ସାମାନ୍ୟ। ବର୍ତ୍ତମାନ ମଧ୍ୟ ପ୍ରଦେଶ ଚୋର ଭଗବାନଙ୍କ ଘର ବି ଛାଡିଲେନି। ବିଶ୍ୱ ପ୍ରସିଦ୍ଧ ଓଁକାରେଶ୍ୱର ମନ୍ଦିରର ଦାନ ହୁଣ୍ଡି ଚୋରି ହୋଇଛି। ଦେଶର ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଓଁକାରେଶ୍ୱର ମନ୍ଦିର। ମନ୍ଦିର ହୁଣ୍ଡି ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି।

ଓଁକାରେଶ୍ୱର ମନ୍ଦିର ମୁଖ୍ୟ ଦ୍ୱାର ନିକଟରୁ ହୁଣ୍ଡି ଚୋରି ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ଚୋରି ସମ୍ବନ୍ଧରେ ନା ମନ୍ଦିର ପୂଜାରୀ ଜାଣିଥିଲେ ନା ମନ୍ଦିର ଟ୍ରଷ୍ଟର କୌଣସି ସଦସ୍ୟ ଜାଣିଥିଲେ। ଝୁଲା ପୋଲ ନିକଟରେ ହୁଣ୍ଡି ପଡିଥିବା ଦେଖିବା ପରେ ଚୋରିର ଖୁଲାସା ହୋଇଥିଲା। ବିଶ୍ୱ ପ୍ରସିଦ୍ଧ ମନ୍ଦିରର ହୁଣ୍ଡି ଚୋରି ମାମଲା ସାମ୍ନାକୁ ଆସିବା ପରେ ସହରରେ ହଇଚଇ ସୃଷ୍ଟି ହୋଇଛି। ଘଟଣା ପ୍ରଘଟ ପରେ ପ୍ରଶାସନ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡବା ଜିଲ୍ଲା ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମନ୍ଦିର ଟ୍ରଷ୍ଟକୁ ତଦନ୍ତ ଆଦେଶ ଦେଇଛନ୍ତି।

ଓଁକାରେଶ୍ୱର ମନ୍ଦିରରେ କଡା ସୁରକ୍ଷା ବ୍ୟବସ୍ଥା ଥାଏ। ହୁଣ୍ଡି ମନ୍ଦିରର ମୁଖ୍ୟଦ୍ଵାରରେ ହିଁ ଥିଲା। ତଥାପି ଚୋର କିଭଳି ହୁଣ୍ଡି ଉଠାଇନେଲେ ତାକୁ ନେଇ ପ୍ରଶ୍ନ ଉଠିଛି। ମାମଲାର ତଦନ୍ତ ଆରମ୍ଭ ହୋଇଛି। ଚୋରି ଘଟଣା ପରେ ମଧ୍ୟ ପ୍ରଦେଶ ସଶସ୍ତ୍ର ବଳ ଓ ମନ୍ଦିର ପ୍ରଶାସନର ଅଧିକାରୀ ଓ କର୍ମଚାରୀ ସନ୍ଦେହ ଘେରକୁ ଆସିଛନ୍ତି। ଅପରପକ୍ଷରେ ହୁଣ୍ଡି ଚୋରି ଘଟଣାକୁ ନେଇ ସ୍ଥାନୀୟ ଲୋକେ ମନ୍ଦିର ପ୍ରଶାସନ ଉପରେ ଦାୟିତ୍ବହୀନତା ଆରୋପ ଲଗାଇଛନ୍ତି। ଲୋକେ କହିଛନ୍ତି ଯେ ମନ୍ଦିର ଟ୍ରଷ୍ଟର ୧୦୦ରୁ ଅଧିକ କର୍ମଚାରୀ ଅଛନ୍ତି। ମନ୍ଦିରରେ ମଧ୍ୟ ପ୍ରଦେଶ ସୁରକ୍ଷାବଳ ଯବାନ ମଧ୍ୟ ସର୍ବଦା ନିୟୋଜିତ ରୁହନ୍ତି। ଏପଟେ ପୁରା ଅଞ୍ଚଳରେ ସିସିଟିଭି ମଧ୍ୟ ଲାଗିଛି। ଏହିଭଳି କଡା ସୁରକ୍ଷା ମଧ୍ୟରେ ହୁଣ୍ଡି ଚୋରି ହେବା ଅନେକ ସନ୍ଦେହ ସୃଷ୍ଟି କରୁଛି।

   Related Posts