ସଡକ ଦୁର୍ଘଟଣାରେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଦେବେନ୍ଦ୍ର ଖଟୁଆ ମୃତ
12/10/2019 at 5:07 PM

ବାଲେଶ୍ବର ୧୨/୧୦: ରେମୁଣା ବ୍ଲକ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଭୀମପୁରା ଗାଆଁ ର ପିତାମ୍ବର ଖଟୁଆ ଙ୍କ ପୁତ୍ର ଦେବେନ୍ଦ୍ର ଖଟୁଆ (ଚିତ୍ରଶିଳ୍ପୀ) ଙ୍କର ଆଜି ପ୍ରାୟ ଦିନ ୧୧.୫୫ ମିନିଟ୍ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ ଶ୍ରୀ ଖଟୁଆ ଏନ୍.ଏଚ୍.୧୬ ର ଜାନୁଗଞ୍ଜ ଗୋଲେଇ (ରେମୁଣା) ଠାରେ ସ୍କୁଟି ରେ ଯାଉଥିବା ସମୟରେ ସାମ୍ନାରେ ଥିବା ସ୍କର୍ପିଓ ଗାଡି ହଠାତ୍ ବ୍ରେକ ଦେବାରୁ ଉକ୍ତ ଗାଡି ରେ ବାଡ଼େଇ ହୋଇ ସଡକ ଉପରେ ପଡିଯାଇଥିଲେ। ଠିକ୍ ଏହି ସମୟରେ ଦ୍ରୁତ ଗତିରେ ବାରିପଦା ରୁ ଭୁବନେଶ୍ବର ଯାଉଥିବା ରଘୁନାଥ ଏଣ୍ଡ ରଘୁନାଥ୍ ବସ୍ ଟି ତାଙ୍କ ମଥା ଉପରେ ଚଢି ଯିବା ଦ୍ଵାରା ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଶିଳ୍ପାଞ୍ଚଳ ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବସ୍ ଟିକୁ ଯବଦ୍ କରିବା ସହିତ, ଶ୍ରୀ ଖଟୁଆ ଙ୍କ ମର ଶରୀର କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଯାଇଥିଲେ। ସେ ବାଲେଶ୍ବର ତଥା ଓଡିଶା ର ଜଣେ ବେଶ୍ ଜଣାଶୁଣା ଚିତ୍ରଶିଳ୍ପୀ ହୋଇଥିବାରୁ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି। ବରିଷ୍ଠ ଚିତ୍ରଶିଳ୍ପୀ ଗଭୀର ଦୁଖଃ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦ୍ ଗତି କାମନା କରିଛନ୍ତି।ଏହି ଭଳି ସମୟରେ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି ଓ ଭଗବାନ୍ ସେମାନଙ୍କୁ ସହାୟ ହୁଅନ୍ତୁ ବୋଲି କହିଛନ୍ତି।
