ବିଶିଷ୍ଟ ସାହିତ୍ୟିକ ରତ୍ନାକର ଚଇନିଙ୍କ ପରଲୋକ
18/04/2020 at 4:21 PM

କଟକ୧୮/୪: ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ, ସମାଲୋଚକ ରତ୍ନାକର ଚଇନିଙ୍କ ପରଲୋକ। ୭୫ ବର୍ଷ ବୟସରେ କଟକ ବାଦାମବାଡ଼ି ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ଲେଖନୀ ଚାଳନା ସହ ଜଣେ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ରହିଥିଲା ସ୍ବତନ୍ତ୍ର ପରିଚିତି ।
ଓଡ଼ିଆ ସାହିତ୍ୟ ଜଗତରେ ଏକ ପରିଚିତ ନାଁ ରତ୍ନାକର ଚଇନି ୨୦୧୦ ମସିହାରେ ସଂସ୍କାର ଭାରତୀ ଓ ଉତ୍କଳ ସାହିତ୍ୟ ସମାଜର ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ । ତାଙ୍କର ଏଯାବତ୍ ୧୧୧ ଖଣ୍ଡ ପୁସ୍ତକ ପ୍ରକାଶ ପାଇସାରିଛି । ସେ ୧୯୭୭ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଏହା ସହିତ ଭିନ୍ନ ଭିନ୍ନ ସମୟରେ ସେ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି। ତାଙ୍କ ବିୟୋଗରେ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
Related Posts
ଚାଷୀଙ୍କ ସମସ୍ୟା ନେଇ ଧାରଣାରେ ବସିଲେ ଜୟପୁର ବିଧାୟକ
20 January 2021