ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ

Published By : Prameya-News7 Bureau | December 30, 2019 IST

ଭୁବନେଶ୍ବର ୩୦/୧୨: ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ପରିଚାଳକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ ହୋଇଯାଇଛି । ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଆଜି ଭୋର ୩ଟାରେ ପୂର୍ଣ୍ଣ ଖୁଣ୍ଟିଆଙ୍କର ହୃଦଘାତରେ ପରଲୋକ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି ।

ଗତକାଲି ରାତିରେ ତାଙ୍କର ଲୋ ସୁଗାର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ଣ୍ଣ ଖୁଣ୍ଟିଆ ୧୯୪୭ ମସିହା ଡିସେମ୍ବର ୨୭ ତାରିଖରେ କଟକର ବକ୍ସି ବଜାରର ଯାଚକ ଲେନରେ ଜନ୍ମଗ୍ରହଣ କରିଥିଲେ ।

ସ୍ବର୍ଗତ ପୂର୍ଣ୍ଣ ଖୁଣ୍ଟିଆ ଶତାଧିକ ଓଡ଼ିଆ ସିନେମା ଏବଂ ବହୁ ଆଲବମରେ ସଙ୍ଗୀତ ପରିଚାଳନା କରିଥିଲେ । ସେ ଜଣେ ଦକ୍ଷ ଆକର୍ଡିଆନ୍ ବାଦକ ଓ କି ବୋର୍ଡ ବାଦକ ଭାବେ ବେଶ ପରିଚିତ ଥିଲେ । ‘ଟିକେ ହସ ଟିକେ ଲୁହ ’ଏବଂ ‘ମହୁଆ ’ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.