Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବନ୍ଧୁଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଲେ ନଦୀମ, କରୋନାରେ ଚାଲିଗଲା ଶ୍ରବଣଙ୍କ ପ୍ରାଣବାୟୁ

23/04/2021 at 8:14 AM

ମୁମ୍ୱାଇ ୨୩/୪: ପରଲୋକରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଶ୍ରବଣ ରାଠୋର । କରୋନା ସଂକ୍ରମଣରେ ଚାଲିଗଲା ଶ୍ରବଣଙ୍କ ଜୀବନ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ତଳେ ସେ ସଂକ୍ରମଣରେ ପୀଡିତ ହୋଇ ମୁମ୍ୱାଇର ଏସ.ଏଲ ରହେଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେ ଭେଣ୍ଟିଲେଟରେ ଚିକିତ୍ସିତ ହେଉଥିଲେ । କରୋନାରେ ପୀଡିତ ହେବା ପରେ ତାଙ୍କର ଅନେକ ରୋଗ ଥିଲା । ଏହାସହ ସେ ହୃଦରୋଗରେ ଓ ମଧୁମେହ ରୋଗର ବି ଶିକାର ଥିଲେ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏସବୁ ନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ତାଙ୍କ ପୁଅ ସଂଜୀବ ଶ୍ରବଣ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ସେପଟେ ନିଜର ଅତି ପ୍ରିୟ ବନ୍ଧୁଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ନଦୀମ । କାନ୍ଦି କାନ୍ଦି ସେ କହିଛନ୍ତି ମୁଁ ମୋ ଭାଇକୁ ହରାଇଲି । ୯୦ ଦଶକରେ ନଦୀମ ସୈଫଙ୍କ ସହ ମିଶି ସେ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିଲେ ଶ୍ରବଣ । ଦର୍ଶକଙ୍କୁ ଦେଇଥିବା ଗୋଟିଏ ପରେ ଗୋଟିଏ ଗୀତ ଚାର୍ଟ ବଷ୍ଟରରେ ବେଶ୍ ହିଟ୍ ସାବ୍ୟସ୍ତ ହୋଇଥିଲା । ତାଙ୍କ ନିର୍ଦ୍ଦେଶିତ ଆଶିକୀ, ସାଜନ, ସଡକ, ଦିଲ ହେ କି ମାନତା ନେହିଁ, ସାଥୀ, ଦିଓ୍ୱାନା, ଫୁଲ ଓ୍ୱୌର କାଣ୍ଟେ ଭଳି ବହୁତ ସିନେମାରେ ତାଙ୍କର ହିଟ ଗୀତ ସବୁ ରହିଛି ।

   Related Posts