ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ: ଲେଖିଥିଲେ ଲୋକପ୍ରିୟ ଗୀତ, 'ଇତ୍‌ନି ଶକ୍ତି ହମେଁ ଦେନା ଦାତା...'

Published By : Prameya-News7 Bureau | September 28, 2020 IST

ମୁମ୍ବାଇ ୨୮/୦୯ : ପ୍ରସିଦ୍ଧ ଗୀତିକାର ତଥା ଲେଖକ ଅଭିଳାଷଙ୍କ ଦେହାନ୍ତ ହୋଇଛି । ସେ ବହୁ ଦିନ ହେଲା କ୍ୟାନସରରେ ପୀଡିତ ଥିଲେ । ସୋମବାର ସକାଳ ୪ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେଲା ସେ ଲିଭର କ୍ୟାନସରରେ ପୀଡିତ ଥିବା ଜଣାପଡିଥିଲା । ଏହାପରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରସ୍ତୁତି ହେଉଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗମ୍ଭୀର ଥିବାରୁ ମୁମ୍ବାଇରେ ଆଜି ତାଙ୍କର ଦେହାନ୍ତ ହୋଇଛି । ୧୯୮୫ ମସିହାରେ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଅଙ୍କୁଶର ଲୋପ୍ରିୟ ଗୀତ 'ଇତ୍‌ନି ଶକ୍ତି ହମେଁ ଦେନା ଦାତା' ଲେଖିଥିଲେ ।

ଦୁଇ ଦିନ ପୂର୍ବରୁ ଅଭିଳାଷ ଲିଭର କ୍ୟାନସରରେ ପୀଡିତ ଥିବା ଜଣାପଡିଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ତାଙ୍କର ଏକ ଅପରେସନ ହୋଇଥିଲା । ଅପରେସନ ପରେ ତାଙ୍କୁ ଚଲାବୁଲା କରିବାରେ ସମସ୍ୟା ହେଉଥିଲା । ଅଭିଳାଷ ମୁମ୍ବାଇ ଗୋରେଗାଁ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜେଲ ସିଂହଙ୍କ ଦ୍ୱାରା କଳାଶ୍ରୀ ଆୱାର୍ଡରେ ସମ୍ମାନିତ ହୋଇଥିବା ଅଭିଳାଷଙ୍କ 'ଇତ୍‌ନି ଶକ୍ତି ହମେଁ ଦେନା ଦାତା' ଗୀତ ଆଜି ମଧ୍ୟ ବହୁତ ଲୋକପ୍ରିୟ । ଏହି ଗୀତ ଦେଶର ଅନେକ ସ୍କୁଲର ପ୍ରାର୍ଥନାରେ ସାମିଲ ହୋଇଛି । ଏହି ଗୀତକୁ ସାରା ଦୁନିଆରେ ୮ଟି ଭାଷାରେ ଅନୁବାଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.