ଡୋନାଲ୍ଡ ଟ୍ରମ୍ପଙ୍କଠୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ବିଭିନ୍ନ ରାଷ୍ଟ୍ରନେତାମାନେ କେଉଁ କମ୍ପାନୀ ଓ ମଡେଲର ସ୍ମାର୍ଟଫୋନ ବ୍ୟବହାର କରନ୍ତି ଜାଣନ୍ତୁ…

Published By : Prameya-News7 Bureau | September 27, 2019 IST

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପଲ କମ୍ପାନୀର ଆଇଫୋନ ବ୍ୟବହାର କରନ୍ତି। ଏପଲ କମ୍ପାନୀ ବିଶ୍ବର ସବୁଠୁ ପ୍ରସିଦ୍ଧ କମ୍ପାନୀ ବୋଲି କୁହାଯାଏ। ସାଧାରଣତଃ ଏହି କମ୍ପାନୀ ଧନୀ ଲୋକମାନେ ବ୍ୟବହାର କରିବା ପସନ୍ଦ କରନ୍ତି।

{"id":163328}

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଏପଲ କମ୍ପାନୀର ସ୍ମାର୍ଟଫୋନ ବ୍ୟବହାର କରନ୍ତି। କମ୍ପାନୀର କେଉଁ ମଡେଲ ସେ ବ୍ୟବହାର କରନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡିନାହିଁ।

{"id":163329}

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ସମଗ୍ର ବିଶ୍ବର ପ୍ରସିଦ୍ଧ ନେତାଙ୍କ ମଧ୍ୟରୁ ଜଣେ। ବାରାକ ବ୍ଲାକ୍‌ବେରୀ କମ୍ପାନୀର Z10 ମଡେଲ ବ୍ୟବହାର କରନ୍ତି। ଏକ ପ୍ରିମିୟମ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ହେଉଛି ବ୍ଲାକ୍‌ବେରୀ। ଏହାର ସ୍ମାର୍ଟଫୋନ୍‌ରେ ଭରପୁର ଆକର୍ଷଣୀୟ ଫିଚର୍ସ ରହିଛି।

{"id":163330}

ନରେନ୍ଦ୍ର ମୋଦିଙ୍କୁ କିଏ ବା ନଜାଣେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦମଦାର ଭାଷଣ ଓ କାମ ପାଇଁ ପରିଚିତ। ସୂଚନାଯୋଗ୍ୟ ଯେ, ମୋଦି ଏପଲ କମ୍ପାନୀର ଆଇଫୋନ ୭ ପ୍ଲସ୍‌ର ବ୍ୟବହାର କରନ୍ତି।

{"id":163331}
FILE - In this July 27, 2013 file photo, North Korea's leader Kim Jong Un waves to spectators and participants of a mass military parade celebrating the 60th anniversary of the Korean War armistice in Pyongyang, North Korea. North Korea's young leader wasn't in his customary seat as the country convened its rubber-stamp parliament Thursday, Sept. 25, 2014, adding to South Korean media speculation that Kim may be ill. (AP Photo/Wong Maye-E, File)

କୋରିୟାର କିମ୍‌ ଜୋଂଗ ସବୁଠୁ ଅଲଗା ସ୍ମାର୍ଟଫୋନ୍‌ର ବ୍ୟବହାର କରନ୍ତି। ଏଚ୍‌ଟିସି କମ୍ପାନୀର ସ୍ମାର୍ଟଫୋନ୍‌ ବ୍ୟବହାର କରନ୍ତି କିମ୍‌। ଭାରତ ବ୍ୟତୀତ ଅନ୍ୟ ଦେଶରେ ଏଚ୍‌ଟିସିର ସ୍ମାର୍ଟଫୋନ୍‌ ବହୁ ମାତ୍ରାରେ ବ୍ୟବହାର କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.