ଲୋକପ୍ରିୟତା କାମ ଦେଲାନି, କରୋନା ମୁକାବିଲାରେ ଜନପ୍ରିୟ ଶାସକମାନେ ହେଲେ ବିଫଳ

Published By : Prameya-News7 Bureau | July 23, 2020 IST

ନୂଆଦିଲ୍ଲୀ, ୨୩|୦୭: ସାରା ବିଶ୍ୱ କରୋନା ଭାଇରସର ଆତଙ୍କରେ ଥରହର ହେଉଛି । ଧନୀ ଦେଶରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । କେବଳ ଗରିବ ଓ ଦୁର୍ବଳ ଦେଶ ନୁହେଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା ପଜିଟିଭ୍ ମାମଲା ସର୍ବାଧିକ ରହିଛି । ଏହି ସବୁ ଦେଶରେ ଲୋକପ୍ରିୟ ଶାସକ ରହିଛନ୍ତି । ଅର୍ଥାତ ଶାସକମାନଙ୍କ ନୀତି ଲୋକଙ୍କ ପାଖରେ ଆଦୃତ ଲାଭ କରିଛି । କିନ୍ତୁ ବିଶେଷଜ୍ଞମାନେ ଏସମସ୍ତ ନୀତିକୁ ବିରୋଧ କରନ୍ତି ।

ପୁରୁଣା ନିର୍ଦ୍ଦେଶକୁ ଚ୍ୟାଲେଞ୍ଚ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ବ୍ରାଜିଲ ବୋଲସୋନାରୋ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମେକ୍ସିକୋ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେସ୍ ମାନୁଏଲ ନିଜ ନିଜ ଦେଶରେ ଲୋକପ୍ରିୟ । ଏହି ସମସ୍ତ ନେତା କିନ୍ତୁ ଲୋକଙ୍କୁ ଦେଇଥିବା ଅନେକ ପ୍ରତିଶ୍ରୁତି ରକ୍ଷା କରିପାରି ନାହାଁନ୍ତି ।

ଏହିସବୁ ନେତା ଶକ୍ତିଶାଳୀ ହୋଇଥିଲେ ମଧ୍ୟ କରୋନା ଭଳି ମହାମାରୀ ମୁକାବିଲା କ୍ଷେତ୍ରରେ ଦୁର୍ବଳ ପଡିଯାଇଥିବା ନଜର ଆସିଛି । ଅନ୍ୟ ଦେଶ ଜର୍ମାନୀ, ଫ୍ରାନ୍ସ, ଆଇସଲ୍ୟାଣ୍ଡ, ସାଉଥ କୋରିଆ ଓ ଜାପାନ ଆଦି ଦେଶ ତୁଳନାରେ ଏମାନେ କରୋନା ମୁକାବିଲା କରିପାରି ନାହାନ୍ତି । ବ୍ରାଜିଲରେ କେବଳ କରୋନା ୮୧ ହଜାର ମୁଣ୍ଡ ନେଇଛି ।

ଜର୍ଜଟାଉନ୍ ୟୁନିଭର୍ସିଟିର ପ୍ରଫେସର ଜିଶୁ ଦାସ୍ କହିଛନ୍ତି ଯେ, କରୋନା ଭାଇରସକୁ ନେଇ ଆମେରିକା ଓ ଭାରତ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି । ଏଠାରେ ବ୍ୟବସ୍ଥାରେ ଥିବା ଦୁର୍ବଳତା ଭାଇରସକୁ ସୁହାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.