Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଲୋକପ୍ରିୟ କୁଚୁପୁଡି ନୃତ୍ୟଶିଳ୍ପୀ ଶୋଭା ନାଇଡୁଙ୍କ ପରଲୋକ

14/10/2020 at 3:42 PM

ନୂଆଦିଲ୍ଲୀ ୧୪/୧୦: କୁଚୁପୁଡ଼ି ଡାନ୍ସର ଶୋଭା ନାଇଡୁଙ୍କ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ଆଜି ପରଲୋକ ଘଟିଛି। ଶୋଭାଙ୍କ ପରିବାର ସଦସ୍ୟ କହିଛନ୍ତି ଚାରିଦିନ ତଳେ ନ୍ୟୁରୋଲଜିକାଲ ସମସ୍ୟା ଦେଖା ଦେବାରୁ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା। ମାତ୍ର ହସପିଟାଲରେ ହିଁ ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିବା ପରିବାର ଲୋକ ଜଣାଇଛନ୍ତି।

୧୯୯୬ରେ ଆନ୍ଧ୍ର ପ୍ରଦେଶର ଅନ୍ନକପଲ୍ଲୀ​‌ରେ ଜନ୍ମ ଗ୍ରହଣ କରିଥିବା ଶୋଭାଙ୍କ ଗୁରୁ ହେଉଛନ୍ତି ବେମପତି ଚିତ୍ରା ସତ୍ୟମ। ଶୋଭା ଏକାଧିକ ନୃତ୍ୟ ନାଟକ କୋରିଓଗ୍ରାଫି କରିଛନ୍ତି। ସେ ଆମେରିକା, ବ୍ରିଟେନ, ଦୁବାଇ, ହଂଙ୍ଗକଂଙ୍ଗ, ମେକ୍ସିକୋ, ଭେନଜୁଏଲା, କ୍ବିବାରେ ନୃତ୍ୟ ପରିବେଷଣ କରିଛନ୍ତି।

ତାଙ୍କ ଅକାଳ ବି​‌ୟୋଗରେ ସେଲିବ୍ରିଟିଙ୍କ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି। ଏପରିକି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଶୋକ ବ୍ୟକ୍ତ କରି କହିଛନ୍ତି ସେ କୁଚୁପୁଡ଼ି ନୃତ୍ୟର ଜଣେ ଉତ୍କୃଷ୍ଟ ଡାନ୍ସର ଥିଲେ।  

୨୦୦୧ରେ ତାଙ୍କୁ  ପଦ୍ମଶ୍ମୀ ଓ ୧୯୯୧ରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇ ଥିଲା। ସେ ଭାରତ ଓ ବିଦେଶରେ ୧୫୦୦ ଛାତ୍ରଛାତ୍ରୀଙ୍କୁ କୁଚୁପୁଡ଼ି ଶିଖାଇଛନ୍ତି।

   Related Posts