ମ୍ୟାଚ ପରେ ଆଶାଙ୍କ ରେସ୍ତୋରାଁରେ ନିଅନ୍ତୁ ଭାରତୀୟ ବ୍ୟଞ୍ଜନର ମଜା: ଏଠାରେ ମିଳେ ଶୁଦ୍ଧ ଦେଶୀ ଖାଇବା

Published By : Prameya-News7 Bureau | June 27, 2019 IST

ମଞ୍ଚେଷ୍ଟର ୨୭/୬ : ମଞ୍ଚେଷ୍ଟର ଓଲ୍ଡ ଟ୍ରାଫାର୍ଡ ଷ୍ଟାଡିୟମରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳୁଛି । ଆଜି ଯଦି ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଜିତିଯାଏ ତାହେଲେ ସେମିଫାଇନାଲରେ ପ୍ରବେଶ କରିବ । ଭାରତୀୟ ଟିମକୁ ଉତ୍ସାହିତ କରିବା ପାଇଁ ଅନେକ ପ୍ରଶଂସକ ଇଂଲଣ୍ଡରେ ପହଂଚିଛନ୍ତି । ଏହି ଉତ୍ସାହକୁ ଆହୁରି ବଢାଇବା ପାଇଁ ଇଂଲଣ୍ଡରେ ଭାରତୀୟ ବ୍ୟଞ୍ଜନର ମଜା ମଧ୍ୟ ଉଠାଇବା ଆବଶ୍ୟକ ।

{"id":127801}

ତେବେ ଭାରତୀୟ ବ୍ୟଞ୍ଜନ ପାଇଁ ରେସ୍ତୋରାଁ ମଧ୍ୟ ଭାରତୀୟ ହୋଇଥିବା ଦରକାର ଯେଉଁ ରେସ୍ତୋରାଁ ଶୁଦ୍ଧ ଦେଶୀ ଖାଇବା ପରସୁଥିବା ।

{"id":127798}

ମଞ୍ଚେଷ୍ଟରରେ ଅନେକ ଭାରତୀୟ ରେସ୍ତୋରାଁ ଅଛି ଯେଉଁଠାରେ ସ୍ୱାଦିଷ୍ଠ ଦେଶୀ ଖାଇବା ମିଳେ । କିନ୍ତୁ ଯଦି ମଜାଦାର ଏବଂ ସ୍ୱାଦିଷ୍ଟ ଭାରତୀୟ ମସଲା ଯୁକ୍ତ ବ୍ୟଞ୍ଜନ ମିଳେ ତାହେଲେ ଖାଇବା ଆହୁରି ରୋଚକ ଲାଗିବ । ମଞ୍ଚେଷ୍ଟରରେ ଏମିତି ଏକ ରେସ୍ତୋରାଁ ଅଛି ଆଶା । ଏହା ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋଁସଲେଙ୍କ ରେସ୍ତୋରାଁ । ଆଶାଙ୍କର ସାରା ଦୁନିଆର ୭/୮ଟି ଦେଶରେ ୩୦ ରୁ ଅଧିକ ରେସ୍ତୋରାଁ ଅଛି । ସବୁ ରେସ୍ତୋରାଁର ନା ଆଶା ।

{"id":127799,"width":579,"height":434}

ଆଶାଙ୍କ ଏହି ରେସ୍ତୋରାଁରେ ଅମିତାଭ ବଚ୍ଚନ, ଶାହରୁଖ ଖାଁ, ପ୍ରିୟଙ୍କା ଚୋପ୍ରା, ଅନିଲ କପୁରଙ୍କ ଠାରୁ ଆରମ୍ଭ କରି ଅନେକ ଅଭିନେତା ଅଭିନେତ୍ରୀ ତଥା ହଲିଉଡ଼ ସେଲିବ୍ରିଟି ମଧ୍ୟ ଖାଇବା ପାଇଁ ଆସିଥାନ୍ତି । ଏହି ରେସ୍ତୋରାଁର ପ୍ରସିଦ୍ଧଖାଦ୍ୟ  ହେଲା ଶିଖ କବାବ, ସୋରିଷ ମାଛ, ପନିର ଶୁଲା, କେଶର ବିରିୟାନୀ, କୋଡ଼ି କରି, ଚିଙ୍ଗୁଡ଼ି କରି । ଏଠାକାର ଚା ଆହୁରି ସ୍ୱାଦିଷ୍ଟ । ଏଠାକାର ମିଠା ମଧ୍ୟ ବହୁତ ପ୍ରସିଦ୍ଧ । ତେବେ ଆପଣ ଯଦି ମଞ୍ଚେଷ୍ଟରରେ ମ୍ୟାଚ ଦେଖିବାକୁ ଯାଇଛନ୍ତି ତାହେଲେ ଏହି ରେସ୍ତୋରାଁରେ ଖାଇବା ଭୁଲନ୍ତୁ ନାହିଁ ।

{"id":127800,"width":584,"height":328}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.