ସାରା ବିଶ୍ବରେ ଶୋକର ଛାୟା : କରୋନା ଭାଇରସରେ ପ୍ରସିଦ୍ଧ ଯାଦୁକର ରୟ ହର୍ଣ୍ଣଙ୍କ ପରଲୋକ

Published By : Prameya-News7 Bureau | May 10, 2020 IST

ପ୍ରସିଦ୍ଧ ଯାଦୁକର ରୟ ହର୍ଣ୍ଣଙ୍କ କରୋନା ଭାଇରସରେ ମୃତ୍ୟୁ ହୋଇଯାଇଛି। ହର୍ଣ୍ଣ ୭୫ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ‘ସିଗଫ୍ରିଡ ଏଣ୍ଡ ରୟ’ ଯୋଡ଼ି ବିଶ୍ବବ୍ୟାପି ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଯାଦୁରେ ଆଚମ୍ବିତ କରି ଦେଉଥିଲେ। ହର୍ଣ୍ଣ ୨୦୦୩ମସିହାରେ ଯାଦୁ ଦେଖାଉଥିବା ସମୟରେ ଆହତ ହୋଇଯାଇଥିଲେ, ଏହା ପରେ ସେ ଯାଦୁବିଦ୍ୟାରୁ ସନ୍ନ୍ୟାସ ନେଇଯାଇଥିଲେ।

{"id":267904,"width":590,"height":443,"sizeSlug":"large"}

ହର୍ଣ୍ଣ ଶୁକ୍ରବାର ଲାସ ଭେଗାସର ଏକ ହସ୍ପିଟାଲରେ କରୋନା ଭାଇରସରେ ସଂକ୍ରମିତ ହେବା ପରେ ଆଖି ବୁଜିଥିଲେ। ସିଗଫ୍ରିଡ ଫିଶବେକର ଏକ ବୟାନରେ କହିଥିଲେ ଯେ ଆଜି ବିଶ୍ବ ମହାନ ଯାଦୁକରଙ୍କୁ ହରାଇଛି,କିନ୍ତୁ ସେ ନିଜ ଭଲ ବନ୍ଧୁଙ୍କୁ ହରାଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସେମାନେ ୨ଜଣ ଭେଟିଥିଲେ,ସେବେଠୁ ସେ ଜାଣିଥିଲେ ଯେ ସେ ଏବଂ ରୟ ମିଶି ବିଶ୍ବକୁ ବଦଳାଇ ଦେବେ। ରୟଙ୍କ ବିନା କୌଣସି ସିଗଫ୍ରିଡ ହୋଇପାରିବ ନାହିଁ।

{"id":267905,"sizeSlug":"large"}

ସେ ୨୦୦୩ମସିହା ଅକ୍ଟୋବରରେ ଆହତ ହୋଇଥିଲେ। ମାଣ୍ଟେକ ନାମକ ଏକ ବାଘ ଲାସ୍ ଭେଗାସର ମିରାଜ ହୋଟେଲ୍-କ୍ୟାସିନୋର ମଞ୍ଚରେ ତାଙ୍କୁ ଆକ୍ରମଣ କରିଥିଲା। ହର୍ଣ୍ଣଙ୍କୁ ନିଜ ପୋଷା ପଶୁ ଚିତା ବାଘକୁ ମ୍ୟାଜିକରେ ସାମିଲ କରିବାକୁ ନେଇ ଶ୍ରେୟ ଦିଆଯାଇଥାଏ।

{"id":267906,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.