ପ୍ରସିଦ୍ଧ ସାହିତ୍ୟକାର ନରେନ୍ଦ୍ର କୋହଲିଙ୍କ ନିଧନ : ପ୍ରଧାନମନ୍ତ୍ରୀ ମୋଦି ଏବଂ RSS ପ୍ରମୁଖ ମୋହନ ଭାଗବତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

Published By : Prameya-News7 Bureau | April 18, 2021 IST

ନୂଆଦିଲ୍ଲୀ ୧୮/୦୪ : ପ୍ରସିଦ୍ଧ ସାହିତ୍ୟକାର ଏବଂ ଉପନ୍ୟାସକାର ନରେନ୍ଦ୍ର କୋହଲିଙ୍କ ଦେହାନ୍ତ ହୋଇଛି । ୮୧ ବର୍ଷ ବୟସରେ ଶନିବାର ଆଖି ବୁଜିଛନ୍ତି ବିଶିଷ୍ଟ ସାହିତ୍ୟକାର ନରେନ୍ଦ୍ର କୋହଲୀ । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନରେନ୍ଦ୍ର କୋହଲିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

୧୯୪୦ ମସିହା ଜାନୁଆରୀ ୬ ତାରିଖରେ ପାକିସ୍ତାନର ସିଆଲକୋଟ୍‌ରେ ଜନ୍ମଗ୍ରହଣ କରିଥିଲେ ସାହିତ୍ୟକାର ନରେନ୍ଦ୍ର କୋହଲି । ତାଙ୍କର ସ୍କୁଲ ଜୀବନ କଟିଥିଲା ଲାହୋରରେ । ୧୯୪୭ ମସିହାରେ ଦେଶ ବିଭାଜନ ପରେ ପରିବାର ସହିତ ବିହାରର ଜାମସେଦପୁର ଚାଲିଆସିଥିଲେ ସେ । ୧୯୫୯ ମସିହାରେ ବିହାର ୟୁନିଭରସିଟି, ୧୯୬୩ ମସିହାରେ ଦିଲ୍ଲୀର ରାମଜାସ କଲେଜ ହିନ୍ଦିରେ ଏମ୍‌ଏ କରିଥିଲେ । ୧୯୭୦ ମସିହାରେ ଦିଲ୍ଲୀ ୟୁନିଭରସିଟିରୁ ହିନ୍ଦିରେ ପିଏଚ୍‌ଡି ହାସଲ କରିଥିଲେ ନରେନ୍ଦ୍ର କୋହଲି । ତାଙ୍କ ଲେଖନୀରୁ ମହାସମର, ଅଭ୍ୟୁଦୟ, ଅଭିଜ୍ଞାନ, ପ୍ରତ୍ୟାକ୍ଷ, ଧର୍ମ, ନା ଭୁତୋ ନା ଭବିଷ୍ୟତି, ରାମ କାଥ, ଦିକ୍ଷା ଭଳି ପ୍ରସିଦ୍ଧ ବହି ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୋଦି କହିଛନ୍ତି, ‘ସୁପ୍ରସିଦ୍ଧ ସାହିତ୍ୟକାର ନରେନ୍ଦ୍ର କୋହଲିଙ୍କ ନିଧନ ଖବର ଅତ୍ୟନ୍ତ ଦୁଃଖ ଦେଇଛି । ପୌରାଣିକ ଏବଂ ଐତିହାସିକ ଚରିତ୍ର ସବୁକୁ ସାହିତ୍ୟ ମାଧ୍ୟମରେ ଜୀବନ୍ତ ଚିତ୍ରଣ ପାଇଁ ସେ ସବୁବେଳେ ମନେ ରହିବେ । ଏଭଳି ଶୋକାକୂଳ ପରିବେଶରେ ତାଙ୍କ ପରିବାର ପ୍ରତି ସମବେଦନା ।’

wp:embed {"url":"https://twitter.com/narendramodi/status/1383459128631193602","type":"rich","providerNameSlug":"twitter","responsive":true,"className":""}
https://twitter.com/narendramodi/status/1383459128631193602
/wp:embed

ଟ୍ବିଟ୍‌ କରି ଆର୍‌ଏସ୍‌ଏସ୍‌ ପ୍ରମୁଖ ମୋହନ ଭାଗବତ ଶୋକ ସନ୍ଦେଶରେ କହିଛନ୍ତି, ‘ପ୍ରସିଦ୍ଧ ସାହିତ୍ୟକାର ନରେନ୍ଦ୍ର କୋହଲିଙ୍କ ଦେହାନ୍ତ ଖବର ଖୁବ କଷ୍ଟ ଦେଇଛି । ନିଜ ଲେଖନୀ ମାଧ୍ୟରେ ଏହି ମାଟିକୁ ଏବଂ ସମୃଦ୍ଧ ପରମ୍ପରାକୁ ଯୁଗାନୁକୂଳ ସନ୍ଦର୍ଭରେ ପରିଭାଷିତ କରିଛନ୍ତି ନରେନ୍ଦ୍ର କୋହଲି । ତାଙ୍କର ଦେହାନ୍ତରେ ସାହିତ୍ୟ ପାଇଁ ପ୍ରାଜ୍ବଲୟମାନ ଅଧ୍ୟାୟର ଅନ୍ତ ଘଟିଲା ।’

Narendra Kohli - Wikipedia

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.