ଖ୍ୟାତନାମା ଗଲ୍ଫର୍ ଟାଇଗର ଉଡ୍ସ ଗୁରୁତର, ଭାରସାମ୍ୟ ହରାଇ ଖାଇକୁ ଖସିପଡିଲା କାର
25/02/2021 at 2:57 PM

ନୂଆଦିଲ୍ଲୀ ୨୫/୦୨ : ଖ୍ୟାତନାମା ଗଲ୍ଫ ଖେଳାଳୀ ଟାଇଗର ଉଡ୍ସଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଟାଇଗର ଉଡ୍ସ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଆମେରିକାର ଲସ୍ ଏଞ୍ଜେଲସ୍ରେ ଏହି ଦୁର୍ଘଟଣା ଘଟିଛି । ଉଡ୍ସ ଏକ କାରରେ ଯାଉଥିବା ବେଳେ ଏହା ଭାରସାମ୍ୟ ହରାଇ ନିକଟରେ ଥିବା ଖାଇକୁ ଖସିପଡିଥିଲା । ତେବେ ତାଙ୍କ ଗୋଡରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ ଟାଇଗର ଉଡ୍ସଙ୍କର ୫ ଥର ସର୍ଜରୀ ହୋଇସାରିଛି । ଏହା ବାଦ ତାଙ୍କର ଗୋଡରେ ମଧ୍ୟ ପୂର୍ବରୁ ଏକାଧିକ ସର୍ଜରୀ ହୋଇସାରିଛି ।
ତେବେ ବର୍ତ୍ତମାନ ଟାଇଗର ଉଡ୍ସଙ୍କର କ୍ୟାରିୟରକୁ ନେଇ ଆଶଙ୍କା ଦେଖାଦେଇଛି । ବିଶ୍ବର ନଂ୧ ଗଲ୍ଫର ଟାଇଗର ଉଡ୍ସ ଆଗକୁ ଖେଳିପାରିବେ କି ନାହିଁ ତାହା ଆଗମୀ ଦିନରେ ସ୍ପଷ୍ଟ ହେବ ।