କୃଷକଙ୍କ ପାଇଁ ଆଗକୁ ଆସିଲା ଦେଶର ସବୁଠାରୁ ପ୍ରସିଦ୍ଧ ଢାବା, ମାଗଣାରେ ଦେଉଛି ପେଟପୁରା ଖାଇବା

Published By : Prameya-News7 Bureau | November 28, 2020 IST

ନୂଆଦିଲ୍ଲୀ, ୨୮|୧୧:   ତିନୋଟି ନୂଆ କୃଷି ଆଇନକୁ ବିରୋଧ କରି ପଞ୍ଜାବ ଓ ହରିୟାଣାରେ କୃଷକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏପରିକି ସେମାନେ ନିଜ ଦାବି ଉପସ୍ଥାପନ କରିବାକୁ ଦିଲ୍ଲୀ ଆସିଛନ୍ତି ।ଏହାମଧ୍ୟରେ କୃଷକଙ୍କୁ ଖାଦ୍ୟ ଯୋଗାଉଥିବା ଦେଶର ସବୁଠାରୁ ପ୍ରସିଦ୍ଧ ଢାବା ଆଗକୁ ଆସିଛି । ଏହାସହ କୃଷକଙ୍କୁ ମାଗଣାରେ ଖାଇବାକୁ ମଧ୍ୟ ଦେଉଛି । ସୋନିପତର ମୁରଥଲରେ ଥିବା ସୁଖଦେବ ଢାବାର ମାଲିକ କୃଷକଙ୍କ ପାଇଁ ନିଜ ଢାବାର ଦ୍ୱାର ଖୋଲି ଦେଇଛନ୍ତି । ଏହାସହ ମାଗଣାରେ ଭୋଜନ ବ୍ୟବସ୍ଥା ମଧ୍ୟ କରୁଛନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

{"id":368774,"sizeSlug":"large"}

ପଞ୍ଜାବରୁ ଅନେକ କିଲୋମିଟର ଗସ୍ତ କରି ଦିଲ୍ଲୀ ଆସୁଥିବା କୃଷକମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ତିନୋଟି ଆଇନକୁ ବିରୋଧ କରୁଛନ୍ତି । ଏହି ସମୟରେ ବୟସ୍କ କୃଷକମାନେ ଅଧିକାଂଶ ସମୟରେ ଭୋକିଲା ରହୁଛନ୍ତି । କୃଷକଙ୍କ ଏପରି ଅବସ୍ଥା ଦେଖି ସୁଖଦେବ ଢାବାର ମାଲିକ ସେମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା ଆରମ୍ଭ କରିଥିଲେ । ଏହାପରେ ସୁଖଦେବ ଢାବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

{"id":368775,"sizeSlug":"large"}

ସୁଖଦେବ ଢାବାର ମ୍ୟାନେଜର ସଞ୍ଜୟ କୁମାର କହିଛନ୍ତି ଯେ, ସକାଳୁ ସକାଳୁ କୃଷକମାନେ ଏଠାକୁ ଆସିଥିଲେ । ସେମାନଙ୍କ ପାଖରେ ଟଙ୍କା ନଥିବା କହିଥିଲେ । ଏପରିକି ଭୋକ ଲାଗୁଥିବା ଜଣାଇଥିଲେ । ଏହାପରେ ସେ କୃଷକମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିଥିଲେ । ସେ ଆହୁରି କହିଛନ୍ତି ଯେ, କୃଷକମାନେ ହେଉଛନ୍ତି ଅନ୍ନଦାତା । ସେମାନଙ୍କ ପାଇଁ ଖାଦ୍ୟର ଅଭାବ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.